ଭଞ୍ଜନଗର ପୋଲିସକୁ ସଫଳତା ; ଚୋରି ଅଭିଯୋଗରେ ଦୁଇ ଗିରଫ, ନଗଦ ଟଙ୍କା ଓ ଖଣ୍ଡା ଜବତ
ଭଞ୍ଜନଗର - ଭଞ୍ଜନଗର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଘଟିଥିବା ଚୋରି ଘଟଣା ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ନଗଦ ଟଙ୍କା ଓ ମାରଣାସ୍ତ୍ର ଜବତ ହୋଇଛି । ଥାନାଧିକାରୀ ଦେଇଥିବା ସୂଚନା ପ୍ରକାରେ ଜାମପଲ୍ଲୀ, ଗାମୁଣ୍ଡି ଏବଂ ବେଲଗୁଣ୍ଠା ଓ ଗାଲେରୀ ଅଞ୍ଚଳର ବିଭିନ୍ନ ଘରର କବାଟ ଏବଂ ଗ୍ରିଲ କୁ ଶାବଳ ରେ ଭାଙ୍ଗି ଚୋରି କରୁଥିଲେ ଏହି ଚୋର ଦଳ । ଘଟଣାର ତଦନ୍ତ ପରେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉସ୍ତିଆ ଗ୍ରାମର ସୁଦର୍ଶନ ବେହେରା ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ଗ୍ରାମର ବଳରାମ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ଭଂଜନଗର ଥାନା କେଶ୍ ନଂ ୬୭୨/୨୪ ରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ଥାନାଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି । ଏହାସହ ଆସାମୀ ବଳିଆ ନାୟକ ଠାରୁ ୨୧,୯୦୦ ଟଙ୍କା ଏବଂ ସୁଦର୍ଶନ ବେହେରା ଙ୍କ ଠାରୁ ୪୫୦୦ ଟଙ୍କା ଜବତ କରିବା ସହ ଗୋଟିଏ ଶାବଳ, ଖଣ୍ଡା ଏବଂ ଗୋଟେ ନିହଣ ଏବଂ ଅନ୍ୟାନ ଜିନିଷ ଜବତ କରିଛି ପୋଲିସ । ଅଭିଯୋଗ ପ୍ରକାରେ ନିକଟସ୍ଥ କୁମୁଦିନ ବିହାରରେ ରହୁଥିବା ସ୍ୱାଧୀନ ବେହେରା ଙ୍କ ରିପୋର୍ଟ ଆଧାରରେ ଗତ ତା ଜୁଲାଇ ୨୭ ତାରିଖରେ ମାମଲା ରୁଜୁ ହୋଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୮/୨୦୨୪----୭,୨୫ Sakhigopal News,10/8/2024