Breaking News

ଜଟଣୀ ପ୍ରେସ୍ କ୍ଲବ ତରଫରୁ ବିଡ଼ିଓ ଙ୍କୁ ଦାବିପତ୍ର




ଜଟଣୀ-- ଜଟଣୀବ୍ଲକ ତରାବୋଇ କ୍ଲଷ୍ଟର ମିଶନଶକ୍ତି ଏମ.ବି.କେ ଙ୍କ ରାଜନିତୀପ୍ରିତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁପାଲଟିଛି। ତରାବୋଇ ମିଶନ ଶକ୍ତିଏମ୍ବିକେ ପ୍ରମିଳା ନାଏକ ଜଟଣୀବିଜେପି ବିଧାୟକ ପ୍ରାର୍ଥୀ ବିଶ୍ଵରଞ୍ଜନ ବଡଜେନାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ସ୍ଵାବଲମ୍ବି କରିବା ତଥା ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ମହିଳାମାନଙ୍କୁ ନେଇ ମିଶନଶକ୍ତି ଗୋଷ୍ଠୀଗଠନ କରିଥିଲେ। ଅନ୍ୟପଟେ ମିଶନ ଶକ୍ତି ବିଭାଗର ଏମ.ବି.କେ ମାନଙ୍କୁ କୌଣସି
ରାଜନୈତିକ କାର୍ଯ୍ୟକ୍ରମ, ରାଜନୈତିକ ଦଳରେ ଯୋଗଦାନ କରିବାଲାଗି ବାରଣରହିଛି। କିନ୍ତୁ ଜଟଣୀ ବ୍ଲକ ତରାବୋଇ ପଞ୍ଚାୟତ ଏମବିକେ ଶ୍ରୀମତି ପ୍ରମିଳା ନାଏକ ନିୟମ ଉଲଂଘନ କରିବା ସହ ଏକ ରାଜନୈତିକ ଦଳର ଉତ୍ତରୀୟ ପକାଇ ସାମାଜିକ ଗଣମାଧ୍ଯମରେ ଫଟୋ ଓ ଭିଡ଼ିଓକୁଭାଇରାଲ କରିଛନ୍ତି।ଏହି ଘଟଣାକୁ ଜଟଣୀ ପ୍ରେସ କ୍ଲବ ତରଫରୁ ଆଜି ଦିନ ୧୨ ଘଟିକା ସମୟରେ ଏକ ଲିଖିତ ଅଭିଯୋଗ ବ୍ଲକର ବିଡ଼ିଓ ମହାଶୟା ରଶ୍ମିତା ନାଥ ଙ୍କୁ ପ୍ରଦାନ କରାଯାଇଅଛି l କ୍ଲବର ସଭାପତି ରଙ୍ଗନାଥ ବେହେରା, ସମ୍ପାଦକ ସୁରେଶ ମହାରଣା,ସାମ୍ବାଦିକ ହୃଦାନନ୍ଦ କୋଦାମ ସିଂ, ରବୀନ୍ଦ୍ରନାଥ ମହାକୁଡ଼, ଧିରେନ ପ୍ରତିହାରୀ,ସୁବ୍ରତ ନାୟକ, ଶ୍ରଦ୍ଧାଞ୍ଜଳି ମହାରଣା,  ପ୍ରମ୍ମୁଖ ଉପସ୍ଥିତ ଥିଲେ l ଏନେଇ ବିଡ଼ିଓ ମହାଶୟା ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୮/୨୦୨୪----୮,୩୫ Sakhigopal News,7/8/2024

Blog Archive

Popular Posts