ଅର୍ଥ ସାଜିଛି ବାଧକ, ଚିକିତ୍ସାରୁ ବଞ୍ଚିତ ବାସୁ ମହାଖୁଡ ; ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଆଉ ନାହିଁ ଅର୍ଥ
ଖଣ୍ଡପଡ଼ା --- ଦୈବର ବିଡମ୍ବନା, କିଏ ଜାଣିଛି ଏ ପରି ଘଟିବ ବାସୁଙ୍କ ଜିବନରେ। ଦିନେ ବାସୁ ବରଗଛ ଓ ଓସ୍ଥଗଛ ଲଗାଇ ତାକୁ ଚାରିପଟେ ଚାନ୍ଦିନୀ କରି ଯିଏ ଧର୍ମ ଭାବନା ରେ ପୂଜା କରୁ ଥିଲେ । ଗାଁର ପୌରାଣିକ କୃଷ୍ଣନୀଳା ରେ ଅଭିନୟ କରୁଥିଲେ । ଗାଁରେ ସମସ୍ତଙ୍କୁ ନିଜର କରି ଚଳି ଆସୂ ଥିଲେ ତାଙ୍କୁ ଏବେ ଇଶ୍ୱର ଘରେ ପକାଇ ରଖିଛନ୍ତି। ତାଙ୍କ ଦୃଶ୍ୟ ଦେଖିଲେ ଯେ କେହି ଭାବିବ ଧର୍ମ ଭାବନା ରେ ଥାଇ ମଧ୍ୟ ଈଶ୍ୱର ଦଣ୍ଡ ଦେଇଛନ୍ତି। ପରିବାର ବୋଲି ବାସୁଙ୍କର ପତ୍ନୀ ଛଡ଼ା କେହି ନାହିଁ। ଯଦି ସରକାର ଙ୍କ ପାଖରୁ ଚିକିତ୍ସା ବ୍ୟବସ୍ଥାପାଇଁ ସାହାଯ୍ୟ ମିଳନ୍ତି ତା ହେଲେ ବାସୁ ବଞ୍ଚି ପାରନ୍ତେ ବୋଲି ଗ୍ରାମବାସୀମାନେ କହନ୍ତି।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କିଆଝର୍ ପଞ୍ଚାୟତ ର ଗୋଛାବାରୀ ଗାଁରେ । ବାସୁ ମହାଖୁଡ଼ଙ୍କ କ୍ଷେତ୍ରରେ। ଶ୍ରୀ ମହାଖୁଡ଼ ପାଞ୍ଚ ମାସ ଧରି ବ୍ରେନ ଷ୍ଟ୍ରୋକ ରେ ପଡ଼ିଥିଲେ। ତାଙ୍କୁ ପରିବାର ଓ ଗୋଛାବାରି ଗ୍ରାମର ପ୍ରମୋଦ ପରିଡ଼ା ଓ ସନ୍ତୋଷ ମହାଖୁଡ ନେଇ ଭୁବନେଶ୍ୱରସ୍ଥ ଘରୋଇ ଚିକସ୍ଛାଳୟରେ ଭର୍ତ୍ତି କରାଇଥିଲେ। ତେବେ ଚିକିତ୍ସା ସମୟ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ରୁ ମାଗଣାରେ ଚିକିତ୍ସା ହୋଇ ତାଙ୍କ ବ୍ରେନ ଅପରେଶନ କରାଯାଇ ଥିଲା । ହେଲେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଆଉ ଅର୍ଥ ନାହିଁ ବୋଲି ଚିକିତ୍ସା ଳୟର କର୍ତ୍ତୁ ପକ୍ଷ କହିଥିଲେ। ହେଲେ ଆଉ କିଛି ଦିନ ଚିକିତ୍ସା ପାଇଁ ପ୍ରମୋଦ ପରିଡ଼ା ଓ ସନ୍ତୋଷ ମହାଖୁଡ଼ ଗାଁରୁ କିଛି ଆର୍ଥିକ ସହାୟତା ପ୍ରଦାନ କରି ଥିଲେ। ହେଲେ ଏହି ଚିକିତ୍ସା ବ୍ୟୟ ବହୁଳ ଥିବା ଯୋଗୁ ଉତ୍ତମ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରକାର। କିନ୍ତୁ ପରିବାର ଅତି ଗରିବ ହୋଇ ଥିବାରୁ ତାଙ୍କ ପାଖେ ଆର୍ଥିକ ସୁବିଧା ନ ଥିବା ରୁ ମେଡିକାଲ୍ କର୍ତ୍ତୁପକ୍ଷ ବାସୁଙ୍କୁ ଫେରାଇ ଦେଇଛନ୍ତି। ଏବେ ବାସୁ ମହା ଖୁଡ଼ ଘର ବେଡ ରେ ପଡ଼ିରହି ଛନ୍ତି। ଯଦି ଏ ଦିଗରେ ସରକାରଙ୍କ ପକ୍ଷରୁ ଦୃଷ୍ଟି ଦିଆଯାଇ ଚିକିତ୍ସା ବ୍ୟବସ୍ଥାହୋଇ ପାରନ୍ତା ତାହାଲେ ବାସୁ ବଞ୍ଚି ପାରିବେ ବୋଲି ଗ୍ରାମବାସୀମାନେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ। ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୭/୮/୨୦୨୪----୮,୪୫ Sakhigopal News,7/8/2024
ନୟାଗଡ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ୍।