ସମରବନ୍ଧରେ ଫାଇଲେରିଆ ନିରାକରଣ ସଚେତନତା ଶୋଭାଯାତ୍ରା
ଭଞ୍ଜନଗର ---- ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ସମରବନ୍ଧ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫାଇଲେରିଆ ନିରାକରଣ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ବନମାଳି ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ସଚେତନତା ରାଲି ରେ ଅତିଥି ରୂପେ ଏଏନଏମ ଶୁଭଶ୍ରୀ ସ୍ୱାଇଁ,ସୋସିଆଲ ମୋବିଲାଈଜାର ସତ୍ୟନାରାୟଣ ମିଶ୍ର,ଶିକ୍ଷକ ରମେଶ ନାୟକ,କାଳୁ ଚରଣ ବେହେରା,ଶିକ୍ଷୟିତ୍ରୀ ସୁବର୍ଣ୍ଣା ସାହୁ, ଜୟନ୍ତୀ ମଞ୍ଜରୀ ସାହୁ,ଚନ୍ଦ୍ରିକା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଫାଇଲେରିଆ ରୋଗ କାରଣ ଏବଂ ନିରାକରଣ ପାଇଁ ରହିଥିବା ବିଭିନ୍ନ ଦିଗ ଉପରେ ଗାଁ ଲୋକଙ୍କୁ ସଚେତନ କରାଯାଇ ଥିଲା । ସେହିଭଳି ଆସନ୍ତା ଅଗଷ୍ଟ 10 ରୁ 19 ପର୍ଯ୍ୟନ୍ତ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତେ ଯେପରି ଔଷଧ ସେବନ ଠିକ୍ ଭାବେ କରିବେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି ବୋଲି ଏଏନଏମ କହିଥିଲେ । ସମସ୍ତେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇ ଥିଲା । ଏଥିରେ ସମରବନ୍ଧ ସବସେଣ୍ଟର ଅଧିନସ୍ଥ ସମସ୍ତ ଆଶା ଓ ଅଙ୍ଗନବାଡି ଦିଦି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତାରା ସିଂ, ବରଗାଁ,ଅଳସୁ ଏବଂ ଛାମୁଣ୍ଡା ଅଞ୍ଚଳରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୮/୨୦୨୪----୮,୨୫ Sakhigopal News,7/8/2024