ଭଞ୍ଜନଗର ଥାନା ପରିସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୧୪୦ୟୁନିଟ ରକ୍ତ ସଂଗ୍ରହ
ଭଞ୍ଜନଗର-- ଭଞ୍ଜନଗର ଥାନା ଠାରେ ସମ୍ବାଦ ଆମ ଓଡ଼ିଶା ଏବଂ ଭଞ୍ଜନଗର ପୁଲିସ ମିଳିତ ଆନୁକୂଲ୍ୟରେ ଥାନା ପରିସରରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେର୍କଡ ସଂଖ୍ୟକ ୧୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ୪ ଜଣ ମହିଳା ମଧ୍ୟ ରକ୍ତାଦାନ କରିଛନ୍ତି। ଥାନା ଅଧିକାରୀ କୁମାର ମୁଦୁଲିଙ୍କ ତତ୍ବାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏସଡିପିଓ ସୁଜିତ ନାୟକ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପୁଲିସ୍ କର୍ମଚାରୀଙ୍କ ସମେତ ବିଭିନ୍ନ ସଙ୍ଗଠନ ଓ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ସଦସ୍ୟ ରକ୍ତଦାନ କରିଥିଲେ।ଏଥିରେ ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା,ଏସ୍ଆଇ କେଶବ ଷଢଙ୍ଗି,ଏସ୍ଆଇ ଜ୍ୟୋତ୍ସାମୟୀ ସାହୁ,ଏଏସ୍ଆଇ ସୁଶାନ୍ତ କୁମାର ପଟ୍ଟନାୟକ,ଶରତ ଚନ୍ଦ୍ର ପଣ୍ଡା,ରୁଦ୍ର ପ୍ରସାଦ କହଁର,ହେମନ୍ତ କୁମାର ରାଓ,ଆର୍ ବୁଟୁ,ସନ୍ତୋଷ କୁମାର ନାୟକ,ଲୋକନାଥ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ସାମ୍ବାଦିକ ମନୋଜ ଗୌଡ ପ୍ରଥମେ ରକ୍ତଦାନ କରିଥିବା ବେଳେ କିରଣା ବ୍ୟବସାୟୀ ସଂଘ ସଭାପତି ଗୌରୀ ଶଙ୍କର ପାତ୍ର,ଏଏସ୍ଆଇ ସତ୍ୟନାରାୟଣ ମଲ୍ଲିକ,ସୁରେଶ ସେନାପତି,ଦିବ୍ୟସିଂ ପ୍ରଧାନ,ଶିବରାମ ପ୍ରଧାନ,ଅନୀଲ ବିଶ୍ବାଳ,ଗଙ୍ଗାଧର ପ୍ରଧାନ,ସଞ୍ଜୟ ପରିଡା ପ୍ରମୁଖ ରକ୍ତଦାନ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଦାନ ଶିବିରରେ ଆମ ପୁଲିସ୍ ସଦସ୍ୟ କୃତ୍ତିବାସ ବିଶ୍ବାଳ,ସନ୍ତୋଷ ଜେନା,ଅନୁପମ ବାନାର୍ଜି,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଜଗବନ୍ଧୁ ଜେନା,ବିଷ୍ଣୁପ୍ରିୟା ସେନାପତି,ଗୀତା ସୁବୁଦ୍ଧି,ସରପଞ୍ଚ ପ୍ରତିନିଧି ସୁବାଷ ବରାଡ ପ୍ରମୁଖ ସାମିଲ ହୋଇଥିଲେ। ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଚ୍ଛା,ପ୍ରଦିପ କୁମାର ଜେନା ପ୍ରମୁଖ ପରିଚାଳନାରେ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୮/୨୦୨୪----୮,୨୦ Sakhigopal News,7/8/2024