ସତ୍ୟବାଦୀରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବିଭିନ୍ନ ଉପକରଣ ଯୋଗାଣ ଚିହ୍ନଟ ଶିବିର
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ପରିସରରେ ଥିବା ମିଶନଶକ୍ତି ଗୃହ ପରିସରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବିଭିନ୍ନ ଉପକରଣ ଯୋଗାଇ ଦେବା ପାଇଁ ଭାରତୀୟନ୍ୟାୟ ଏବଂ ସାମାଜିକ ଅଧିକାରିତା ମନ୍ତ୍ରଣାଳୟ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ମାନଙ୍କ ପାଇଁ ଯୋଗାଇ ଆସୁଥବା ବିଭିନ୍ନ ଉପକରଣ ଆଲିଙ୍କୋ ଅନୁଷ୍ଠାନର ଡାକ୍ତର ମାନେ ଯୋଗ ଦେଇଥିଲେ । ସତ୍ୟବାଦୀ ବ୍ଳକର ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସତ୍ୟବାଦୀ ବ୍ଳକର ବ୍ଳକ ସାମାଜିକସୁରକ୍ଷା ଅଧିକାରୀଣି ମୋନିକା ଦାସ ଓ ସହକାରୀ ଅଧିକାରିଣୀ ଶ୍ରୀଲକ୍ଷ୍ମାୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଆଲିଙ୍କୋ ଅନୁଷ୍ଠାନର କର୍ଣ୍ଣ ବିଭାଗର ଡ. ଗୁରୁଦତ୍ତ ଲେଙ୍କା ଓ ଅସ୍ଥିଶଲ୍ୟ ବିଭାଗର ଡ.ଜିତେନ୍ଦ୍ର କୁମାର ସାହୁ ଓ ବିଶ୍ୱରଞ୍ଜନ ପୁଷ୍ଟି ଯୋଗ ଦେଇ ଆସିଥିବା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କର କାଗଜ ପତ୍ର ଯାଞ୍ଚ କରିବା ସହ ସେମାନଙ୍କୁ କେଉଁ କେଉଁ ଉପକରଣ ଆବଶ୍ୟକତା ରହିଛି ତାହା ଦେଖିଥିଲେ । ବିଶେଷ କରି ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ପ୍ରାୟ ୪ଶହରୁ ଅଧିକ ମହିଳା ପୁରୁଷ ଏହି ଶିବିରରେ ଯୋଗ ଦେଇଥିଲେ । ଏହି ଶିବିରରେ ଶ୍ରଦ୍ଧା ଫାଇଣ୍ଡେସନର ସମ୍ପାଦକ ପ୍ରଭାତ ଚନ୍ଦ୍ର ସାମନ୍ତରାୟଙ୍କ ସହିତ ଅଙ୍ଗନୱାଡି କର୍ମୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୮/୨୦୨୪---୮,୨୦ Sakhigopal News, 8/8/2024