ଅସହାୟ ବୁଢ଼ୀ ମାଙ୍କୁ ସହାୟତା ର ହାତ ବଢ଼େଇଳା ଜିଲ୍ଲା ସମାଜସେବୀ ସଂଘ
ବରଗଡ଼ --- ବରଗଡ ଜିଲ୍ଲା ସମାଜସେବୀ ସଂଘର ସକ୍ରିୟ ସଦସ୍ୟ ଶଙ୍କର ଦୋରା ଦାଦା ଫୋନ ପାଇଥିଲେ ଯେ ଜଣେ ଅସହାୟ ବୁଢ଼ୀ ମା ଖଲିଆପାଲି ପଞ୍ଚାୟତ ରେ ଅତି ଦୁଃଖରେ ବସବାସ କରୁଛନ୍ତି | ତାଙ୍କ ନାମ ଶାନ୍ତି ଠାକୁର । ବିହାର ର ସେ ଦୀର୍ଘ ୫୦ ବର୍ଷ ହେଲା ଖଲିଆପାଲିରେ କାମ ଦାମ କରି ରହି ଆସୁଥିଲେ |ବର୍ତ୍ତମାନ ତାଙ୍କର ବୟସ ୭୫ ବର୍ଷ ରୁ ଉର୍ଦ୍ଧ ହେଲାଣି। ସେ ନିଜେ ନିଜର ଯତ୍ନ ନେବା ପାଇଁ କଷ୍ଟ କର ହେଉ ଥିବାରୁ ତେଣୁ ଗ୍ରାମବାସି ମାନେ ଜିଲ୍ଲା ସମାଜସେବୀ ସଂଘକୁ ଏ ସଂମ୍ପର୍କରେ ଅବଗତ କରାଇବା ସହ ବୃଦ୍ଧାଶ୍ରମ ରେ ରଖିବା ପାଇଁ ଅନୁରାଧ କରିଥିଲେ |ଜିଲ୍ଲା ସମାଜସେବୀ ସଂଘର ସଭାପତି ଦୁର୍ଗା ବିଜେପୁର ସ୍ଥିତ ପାର୍ବତୀ ଗିରି ଆଶ୍ରମର ପରିଚାଳକ ଜଳନ୍ଧର ଙ୍କ ସହିତ ଯୋଗାଯୋଗ କରି ଜିଲ୍ଲା ସମାଜସେବୀ ସଂଘର ସକ୍ରିୟ ସଦସ୍ୟ ପ୍ରମୋଦ ଦାଦା, ଶଙ୍କର ଦାଦା ଏବଂ ନାରାୟଣ ଭାଇ ପାର୍ବତୀ ଗିରିଆଶ୍ରମ କୁ ଯାଇ ବୁଢୀମା ଙ୍କୁ ଥଇଥାନର ସୁବିଧା କରିଥିଲେ | ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୮/୨୦୨୪----୭,୫୦ Sakhigopal News,7/8/2024