Breaking News

ଓଭର ବ୍ରିଜ ତଳେ ବେଆଇନ ଦୋକାନ ନିର୍ମାଣକୁ ପ୍ରଶୟ ଦେଉଛି କିଏ ?; ଅଭିଯୋଗ ସତ୍ୱେ ପ୍ରଶାସନର ଅଣଦେଖା

 


ଜଟଣୀ : ଦୀର୍ଘ ଦିନର ଜଟଣୀ ବାସିଙ୍କ ଦାବି ତଥା ସହରର ଅନ୍ୟତମ ପ୍ରମୁଖ ଦୁଃଖ ରେଳ ଅଣ୍ଡର ଗ୍ରାଉଣ୍ଡ ରାସ୍ତା । ଉପରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଦୀର୍ଘବର୍ଷ ଧରି ଚାଲି ଶେଷରେ ହୀନ ରାଜନୀତି କାରଣରୁ ଦୁଇଦୁଇ ଥର ଉଦଘାଟିତ ହେଲା l ବିଗତ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡ଼ାକଡ଼ି କରାଯାଇ ନିର୍ମାଣାଧୀନ ଓଭରବ୍ରିଜ୍ ତଳେ କୌଣସି ବି ପ୍ରକାର ବେପାର ବଣିଜ ନ କରିବା ନିମନ୍ତେ ବାରଣ କରାଯାଇଥିଲା ।  ନିୟମ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୂଚନା ଦିଆଯାଇଥିଲା l କାହିଁକିନା ଯଦି ନିର୍ମାଣ ସମୟରେ କୌଣସି ସାମଗ୍ରୀ ଉପରୁ ଖସିପଡ଼େ କି ପରବର୍ତ୍ତୀ ସମୟରେ କୌଣସି ଦୈବ ଦୁର୍ଘଟଣା ଘଟେ ତେବେ ଧନ ଜୀବନ ହାନି ଭଳି ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ ବୋଲି ପ୍ରଶାସନ ପକ୍ଷରୁ ଅନୁଭବ କରାଯାଇଥିଲା l ହେଲେ ଦିନକୁଦିନ ଯଥାପୂର୍ବ ତଥା ପରମ୍ ଭଳି ଛତୁଫୁଟିଲା ଭଳି ରାସ୍ତାକୁ ମଡ଼ାଇ ଓଭରବ୍ରିଜ ତଳେ ବ୍ୟବସାୟିକ ପ୍ରତିଷ୍ଠାନ  ମାନ ଖୋଲାଯିବା ଦ୍ଵାରା ଗ୍ରାହକ ମାନଙ୍କ ଦ୍ଵାରା ଏହାର ସମ୍ମୁଖରେ ମାଳ ମାଳ ଗାଡ଼ି ପାର୍କିଂ କରାଯିବା ଦ୍ଵାରା ରାସ୍ତା ଘାଟ ଜାମ୍ ହୋଇ ଜନସାଧାରଣମାନେ ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହିପରି କିଛିମାସ ଧରି ହାତଗୁଞ୍ଜା ବଦଳରେ ଓଭରବ୍ରିଜ୍ ତଳେ ବେଆଇନ୍ ଭାବେ ଖୋଲିଥିବା ଲସି ଦୋକାନ ପ୍ରବଳ ଚାପରେ ବନ୍ଦ ହେବାପରେ  ସେଠାରେ ଏକ ବିରାଟକାୟ ଜଳଖିଆ ଦୋକାନ ହୋଇ ଫୁଲ ମଉଳିଲା ପରି ଛୋଟ ଆକାର ହୋଇଥିବା ଦୃଷ୍ଟିଗୋଚର ହେଉଛି l ତେବେ କେଉଁ ଆଧାରରେ ଏହି ବ୍ରିଜ୍ ତଳ ଦୋକାନ ମାନଙ୍କୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ତାହା ତଦନ୍ତର ବିଷୟ l ଏ ନେଇ ବିଦ୍ୟୁତ ବିଭାଗର ଜେଇଙ୍କୁ ପଚାରିବାରେ ସେ କହିଛନ୍ତି ବିଦ୍ୟୁତ ସଂଯୋଗ ପାଇଁ କୌଣସି ନିୟମ ନାହିଁ l ଏହି ପରିପ୍ରେକ୍ଷୀରେ ପୁନର୍ବାର ପ୍ରଶାସନକୁ ଚ୍ୟାଲେଞ୍ଜ କରି ରାସ୍ତାକୁ ମଡାଇ ରାକ୍ଷୀ ବଜାର ପାଇଁ ଟେଣ୍ଟ ବନ୍ଧା ଚାଲିଥିବା ପରିଲକ୍ଷିତ ହୋଇଥିବା ବେଳେ ମ୍ୟୁନିସିପାଲଟି ପକ୍ଷରୁ କୁହାଯାଇଛି ଏହା ସମ୍ପୂର୍ଣ୍ଣ ବେଆଇନ l ତେବେ ଏଠାରେ ସାଧାରଣରେ ଏକ ପ୍ରଶ୍ନ ଉଠୁଛି ଯଦି ଏହା ତଳେ ବେପାର ବଣିଜ ବେଆଇନ୍ ତେବେ ଏହି ବ୍ରିଜ ଅଞ୍ଚଳରେ ବେପାର ବଣିଜ କରୁଥିବା ଅଣଓଡ଼ିଆ ଓ କିଛି ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ବେପାର କରିବାକୁ ସୁଯୋଗ ଦେଲା କିଏ l ଅପରପକ୍ଷେ ପୌରପାଳିକା ହେଉ ବା ପୂର୍ତ୍ତ ବିଭାଗ ନିଜ କର୍ତ୍ତବ୍ୟରୁ ପଛାଇ ହଜାର ହଜାର ଜନସାଧାରଣଙ୍କୁ ଟ୍ରାଫିକ ସମସ୍ଜୟାରେ ପକାଉଛନ୍ତି। ପରୋକ୍ଷରେ ବ୍ଯବସାୟୀ ମାନଙ୍କୁ ପ୍ରୋତ୍ସାହନ କରାଯାଉଥିବା ଅନେକ୍ ଜନସାଧାରଣ ମତ ଦେଇଛନ୍ତି l ତୁରନ୍ତ ଏଦିଗ ପ୍ରତି ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ନଜର ଦେବାକୁ ଦାବି ହେଉଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୮/୨୦୨୪---୮,୧୦ Sakhigopal News,9/8/2024

Blog Archive

Popular Posts