ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଭଞ୍ଜନଗର ଉପଖଣ୍ଡରେ ଦୁର୍ଘଟଣାଜନିତ ମୃତ୍ୟୁହାର କମିଛି
ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ଯାଳୟ ଏବଂ କେ ଏସ୍ ୟୁ ବି କଲେଜ ଏନ୍ ସି ସି, ଏନ୍ ଏସ୍ ଏସ୍, ଯୁବ ରେଡକ୍ରସ ମିଳିତ ଉଦ୍ୟମରେ ସଡକ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଗତବର୍ଷ ଅପେକ୍ଷା ଚଳିତବର୍ଷ ଭଞ୍ଜନଗର ଉପଖଣ୍ଡରେ ଦୁର୍ଘଟଣା ଜନିତ ମୃତ୍ୟୁହାର କମିଛି ବୋଲି କହିଥିଲେ। ୨୦୨୨ ଜାନୁୟାରୀ ପହିଲାରୁ ଡିସେମ୍ବର ୩୧ ତାରିଖ ସୁଧା ଭଞ୍ଜନଗର ଉପଖଣ୍ଡର ରେ ୧୨୦ ଜଣ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଚଳିତ ବର୍ଷ ଆଜି ସୁଦ୍ଧା ମାତ୍ର ୭୯ ଜଣ ମୃତ୍ୟୁବରଣ କରିଛନ୍ତି। ରାଜ୍ଯ ସରକାରଙ୍କ ଉଚିତ୍ ପଦକ୍ଷେପ, ବିଭିନ୍ନ ବିଭାଗର ସହଯୋଗ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଯୋଗୁଁ ମୃତ୍ୟୁ ହାର କମିଛି ବୋଲି ଶ୍ରୀ ରାୟ କହିଥିଲେ। ସାମାଜିକ କର୍ମୀ ଶୂଳପାଣି ସତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୀତ ମାଧ୍ୟମରେ ଛାତ୍ରୀ ଛାତ୍ର ଙ୍କୁ ସଡକ ସୁରକ୍ଷା ଉପରେ ସଚେତନତା କରାଇଥିଲେ। ପ୍ରାଧ୍ୟାପକ ବିଭାସ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶେଫାଳି ପଟ୍ଟନାୟକ,ସୁଧାଶ୍ରୀ ନାୟକ ସଂଯୋଜନା କରିଥିଲେ। ପ୍ରଶାସନିକ ଅଧିକାରିଣୀ ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ ଧନ୍ୟବାଦ ଦେଇଥିଲେ। ଅଧ୍ୟାପିକା ସୁନିତା ଖଣ୍ଡୁଆଳ, ଅନିତା ମହାପାତ୍ର, ସସ୍ମିତା ଦାସ, କଳ୍ପନା ଷଣ୍ଢ, ଅଧ୍ୟାପକ ସନାତନ ବେହେରା, ହରିଶ ଭଟ୍ଟର, ଦୁର୍ଗାପ୍ରସାଦ ସାହୁ, ଡଃ ରବିନ୍ଦ୍ର ମିଶ୍ର, ବିଦେଶୀ ରାଉତ, ବାବୁଲା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୨/୨୦୨୩---୮,୨୦ Sakhigopal News,6/12/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୨/୨୦୨୩---୮,୨୦ Sakhigopal News,6/12/2023