Breaking News

ଖୋର୍ଦ୍ଧାରୋଡ଼ ସୀକ୍ ଲାଇନ ରାସ୍ତା କାମକୁ ନେଇ ଅସନ୍ତୋଷ ପ୍ରକାଶ କଲା ଶ୍ରମିକ କଂଗ୍ରେସ



ଜଟଣୀ ---- ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଠାରେ ଅବସ୍ଥିତ ମେକାନିକାଲ ବିଭାଗର ବହୁ ପ୍ରତିକ୍ଷୀତ ସୀକ୍ ଲାଇନ ରାସ୍ତା କାମ ଅନୁଧ୍ୟାନ ନିମନ୍ତେ  ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ଙ୍କ ନେତୃତ୍ୱରେ ୨୫ ରୁ ଉର୍ଦ୍ଧ କର୍ମକର୍ତ୍ତା କାର୍ଯ୍ୟ ସ୍ଥଳ ଠାରେ ପହଞ୍ଚି ତଦାରଖ କରିଥିଲେ । ଉପସ୍ଥିତ କର୍ମଚାରୀ ମାନେ କାମର ଅନିୟମିତତା ସମ୍ପର୍କରେ କମିଟି ଆଗରେ ଅଭିଯୋଗ କରିଥିଲେ । ଏହା ଦେଖି ତଦାରଖ  କମିଟି ଅସନ୍ତୋଷ ପ୍ରକାଶ କରିବା ସହିତ ଶାଖା ସମ୍ପାଦକ ଶ୍ରୀ ମହାନ୍ତି ସଙ୍ଗେ ସଙ୍ଗେ ଫୋନ୍ ଜରିଆରେ ମଣ୍ଡଳ ବରିଷ୍ଟ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରଭାନୁ ନାୟକଙ୍କୁ ଜଣାଇଥିଲେ  । ବରିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକ ସଙ୍ଗେ ସଙ୍ଗେ ଆଇ ଓ ଡବ୍ଲୁ ଶ୍ରୀ ଭେଙ୍କଟ ରାଓ ଓ କାର୍ଯ୍ୟ କରୁଥିବା ଠିକାଦାର୍ ଙ୍କୁ ନେଇ କାର୍ଯ୍ୟ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଏକ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ! ପ୍ରକାଶ ଥାଉକି ମେକାନିକାଲ ବିଭାଗର ସିକ ଲାଇନ ରାସ୍ତା କାମ  ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଣ୍ଡୁଆଏ ମାଟି ପ୍ରଶାସନ ଦ୍ଵାରା ପଡ଼ି ନଥିଲା। ବର୍ଷାଦିନେ କାଦୁଅ ତ ଅନ୍ୟ ଦିନ ମାନଙ୍କରେ ଧୂଳି ଧୂସର ହୋଇଥାଏ।   ୨୦୧୯ ରେ ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ପ୍ରଥମ କରି ଏଫ୍ ସି ଆଇ ରୋଡ ଠାରୁ ସିକ ଲାଇନ ଅଫିସ ପର୍ଯ୍ୟନ୍ତ ରାସ୍ତା, କର୍ମଚାରୀ ମାନଙ୍କ ବ୍ୟବହାର ପାଇଁ ପାଇଖାନା ଓ ଗାଧୁଆ ଘର ନିମନ୍ତେ ଲିଖିତ ଦାବିପତ୍ର ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ବାରମ୍ବାର ଅଭିଯୋଗ ସହିତ ସ୍ଥାୟୀ ରାଜିନାମା ସଭାରେ ଏହା ପ୍ରଶାସନ ଦ୍ଵାରା ଗୃହୀତ ହୋଇଥିଲା। କାମ ବିଳମ୍ବ ହେତୁ ଗତ ଅକ୍ଟୋବର ରେ ଧାରଣା ନୋଟିସ ଦିଆ ଯିବାରୁ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ କାର୍ଯ୍ୟ ଅଧାପନ୍ତରିଆ ଭାବେ ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ରାସ୍ତା ର ସ୍ଥାୟୀ ସମାଧାନ ନିମନ୍ତେ ହୋଇଥିବା ଦାବିର ଯଥାର୍ଥତାକୁ ଅନୁଭବ କରି ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା କାର୍ଯ ସମ୍ପାଦନ କରିବେ ବୋଲି ବରିଷ୍ଟ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରଭାନୁ ନାୟକ ପ୍ରତିଶ୍ରୁତି ଦେଇଥିଲେ । ତାପରେ ଉତେଜନା ଥମିଥିଲା। ଆଜି ଏହି କମିଟିରେ  ପି ରାଜା ରାଓ, ସୁନିଲ କୁମାର ପରିଡ଼ା, କେ ଟି ରାଓ , ଅଶୋକ ପାତ୍ର ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୧୨/୨୦୨୩----୯,୨୦ Sakhigopal News,5/12/2023

Blog Archive

Popular Posts