କୃପାସିନ୍ଧୁ ବିହାର ମାର୍ଗ ଉଦଘାଟିତ
ଜଟଣୀ :ଜଟଣୀ ପୌରାଞ୍ଚଳ ଇଲାକାରେ ବିଭିନ୍ନ ଗଳି କନ୍ଦିର ସରଣୀ ସୂଚକ ନଥିବା ବେଳେ ଛକ କିମ୍ବା ଗଳି ର ମାର୍ଗ ଦର୍ଶୀ ସୂଚନା ନ ଥିବାରୁ ବାହାର ଅଞ୍ଚଳରୁ ନୂଆ କରି ଆସିଥିବା ବ୍ୟକ୍ତି ବିଶେଷ ମାନେ ହଇରାଣ ହରକତ ହେବା ସହ ଚିଠି ପତ୍ର କି କୋରିୟର ସାମଗ୍ରୀ ଗ୍ରହଣ କରିବା ରେ ଅସୁବିଧା ଲାଗିରହିଥାଏ । ଏହି ଆଧାରରେ ଜଟଣୀ ସହରର ଅନ୍ୟତମ ଧର୍ମପରାୟଣ ବ୍ଯକ୍ତି ସ୍ଵର୍ଗତ କୃପାସିନ୍ଧୁ ଶତପଥୀଙ୍କ ନାମରେ ଜଟଣୀ କଲେଜ୍ ସମ୍ମୁଖରେ ଥିବା କଲୋନୀ କୁ ବୟୋଜ୍ୟେଷ୍ଠ ଧର୍ମପରାୟଣ ବ୍ୟକ୍ତି ଶରତ ଶତପଥୀ, ବରିଷ୍ଠ ସମାଜସେବୀକା ସୁରମା ଶତପଥୀ, ସମାଜସେବୀ ହେମନ୍ତ କୁମାର ସୁନ୍ଦରାୟ ଙ୍କ ଉଦ୍ୟମରେ କୃପାସିନ୍ଧୁ ବିହାର ମାର୍ଗ ଭାବେ ନାମ ଫଳକ ଲଗାଯାଇ ଉଦଘାଟିତ କରାଯାଇଛି ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ହରେକୃଷ୍ଣ ଜେନା, ଅନନ୍ତ ଶତପଥୀ ଙ୍କ ସମେତ ଅଞ୍ଚଳରେ ବସବାସ କରୁଥିବା ବହୁ ବାସିନ୍ଦା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଜଟଣୀ -ରଙ୍ଗନାଥ ବେହେରା ୨୧/୧/୨୦୨୧-----୬,୫୦