Breaking News

ରେହମତ ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା ପଦଯାତ୍ରା



ଜଟଣୀ --ମହାମାରୀ କରୋନା ଭୁତାଣୁରେ ସାରା ବିଶ୍ୱ ଅସ୍ତବ୍ୟସ୍ତ ।  ଏହି ମହାମାରୀ କରୋନା ଭୁତାଣୁରେ ଆକ୍ରାନ୍ତ ହୋଇ ଜଟଣୀର ଜଣେ ଦକ୍ଷ ଫୁଟୁବଲ ଖେଳାଳି ଏବଂ ଜାତୀୟ ଫୁଟୁବଲ ରେଫରୀ ତଥା ପୂର୍ବତଟ ରେଳବାଇ ଫୁଟୁବଲ ଦଳର ପୂର୍ବତନ  କୋଚଙ୍କ ଅକାଳ ମୁର୍ତ୍ୟୁ ଏବଂ କରୋନାରେ ମୁର୍ତ୍ୟୁ ବରଣ କରିଛନ୍ତି ।  ସ୍ଥାନୀୟ ଅଂଚଳର ସ୍ବେଛାସେବୀ ସଙ୍ଘଠନ ରେହମତ ଟ୍ରଷ୍ଟ ପକ୍ଷରୁ ଆମର ଆତ୍ମାର ସଦଗତି ନିମନ୍ତେ ରେଳବାଇ ଷ୍ଟାଡିୟମ ପରିସରରେ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା । ନିରବ ପାର୍ଥନା ପରେ କୋଭିଡର ସମସ୍ତ ନିୟମକୁ ପାଳନ କରି ଷ୍ଟାଡ଼ିୟମରୁ ସୀତାରମ ଛକ ଦେଇ ହରିଭାଇନା ଛକ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରାର ଆୟୋଜନ ହୋଇଥିଲା । ଏହାର ମୂଳ ଉଦେଶ୍ୟ ନିଜ ମଧ୍ୟରେ ସାମାଜିକ ଦୂରତ୍ୱ ବଜାଇ ରଖିବା, ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା, ସବୁ ସମୟରେ ପରିଷ୍କାର ପାରିଛନତା ରହିବା । କରୋନାକୁ ହରାଇ ଆମେ ଜିତିବା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଖେଳାଳୀ ଅକ୍ଷୟ କୁମାର ମହାନ୍ତି, ଉପେନ୍ଦ୍ରନାଥ ଦାଶ, ବେଣୁଧର ବଳିଆଳ ସିଂ, କେଦାର ବରାଳ, ସୟଦ ପୈଜୁଲା, ଦିଲ୍ଲୀପ କୁମାର ମାର୍ଥା ସହ ଅନ୍ୟ ଖେଳାଳୀ ମାନେ ଯୋଗଦେଇଥିଲେ । 
ଜଟଣୀରୁ ---ରଙ୍ଗନାଥ ବେହେରା 

Blog Archive

Popular Posts