Breaking News

ପାରମ୍ପରିକ ଲୋକକଳା ସଂସ୍କୃତି ସଂଘ ପକ୍ଷରୁ ଜ଼ିଲ୍ଲାପାଳଙ୍କୁ ଚାରି ଦଫା ଦାବୀ ପତ୍ର ପ୍ରଦାନ


ବାଲିଗୁଡା - କନ୍ଧମାଳ ଜ଼ିଲ୍ଲା ପାରମ୍ପରିକ ଲୋକକଳା ଓ  ସଂସ୍କୃତି ସଂଘ ପକ୍ଷରୁ  ଜ଼ିଲ୍ଲା ଉପସଭାପତି ଅକ୍ଷୟ କୁମାର କର୍ଣଙ୍କ  ନେତୃତ୍ୱରେ   କଳାକାର ଓ ସମସ୍ତ ବ୍ଲକର ଉପ  ସଭାପତି ଯୋଗଦେଇ ଜ଼ିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ  ଅତିରିକ୍ତ ଜ଼ିଲ୍ଲାପାଳ ବସନ୍ତ କୁମାର ସାହୁ ଓ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅଞ୍ଜନ କୁମାର ବାରିକଙ୍କୁ ଏକ  ଦାବୀପତ୍ର  ପ୍ରଦାନ କରିଛନ୍ତି ।   ବିଶ୍ୱ ମହାମାରୀ କୋରନା ଯୋଗୁଁ ସଂସ୍କୃତିକ  କାର୍ଯ୍ୟକ୍ରମ ଓ  ସରକାର ଙ୍କ କଳାକାରଙ୍କୁ  ଦିଆଯାଉଥିବା ସଚେତନତା କାର୍ଯ୍ୟକ୍ରମ ଦୀର୍ଘ ୭ ମାସହେବ ବନ୍ଦ ଥିବାରୁ  କଳାକାର ଜୀବିକା ହରାଇ ବସିଛନ୍ତି । କଳାକାର  କାମ ଧନ୍ଦା ନପାଇ ଲୋକ  ଦୁର୍ଦଶା ଭୋଗୁଥିବା ରୁ କଳାକାରଙ୍କୁ କାମ ଯୋଗାଇ ଦେବାକୁ ପ୍ରଶାସନଙ୍କୁ ନିବେଦନ କରାଯାଇଥିଲା ।  ଗଞ୍ଜାମ ଜ଼ିଲ୍ଲା  ଭଳି କନ୍ଧମାଳ ଜ଼ିଲ୍ଲାରେ  କଳାକାରଙ୍କୁ କାମ ଅତିଶୀଘ୍ର ଯୋଗାଇ ଦେବା , ଜ଼ିଲ୍ଲାରେ  କାର୍ଯ୍ୟରତ ଜ଼ିଲ୍ଲା  ଉପ ସଭାପତି ଓ  ବ୍ଲକ ଉପ ସଭାପତି ମାନଙ୍କୁ ସ୍ୱୀକୃତି ପ୍ରଦାନ , କୋରନା ସମୟରେ ଆର୍ଥିକ ଅନାଟନରେ ଜୀବନ ବିତାଉଥିବା କଳାକାରଙ୍କୁ ସହାୟତା ପ୍ରଦାନ ଏବଂ  ଆବେଦନ କରିଥିବା ବରିଷ୍ଠ କଳାକାରଙ୍କୁ ଯୋଗ୍ୟତା ଭିତ୍ତିରେ ଭତ୍ତା ପ୍ରଦାନ ପ୍ରମୁଖ ଦାବୀ କରିଛନ୍ତି ।  ସର୍ବ ସମ୍ମତି କ୍ରମେ  ଜ଼ିଲ୍ଲା କଳା ଓ ସଂସ୍କୃତି ସଂଘର  ଜ଼ିଲ୍ଲା ଉପ ସଭାପତି ଓ  ବ୍ଲକ ଉପ ସଭାପତିଙ୍କ  ଚୟନ ତାଲିକା ଜ଼ିଲ୍ଲାପାଳଙ୍କୁ  ପ୍ରଦାନ କରାଯାଇଥିଲା  । ଜ଼ିଲ୍ଲା ଉପ  ସଭାପତି  ଅକ୍ଷୟ କର୍ଣ ଓ  ରାଇକିଆ ବ୍ଲକ ଉପ ସଭାପତି  ସୁକାନ୍ତ ନାୟକ  ବାଲିଗୁଡା ବ୍ଲକ ଓ ଏନ ଏ ସି ପାଇଁ ପ୍ରମୋଦ କୁମାର ଦଣ୍ଡସେନା କ ନୂଆଗାଁ ବ୍ଲକ ର  ତ୍ରିନାଥ ପଣ୍ଡା କୋଟଗଡ ର   ରବୀନ୍ଦ୍ର ପ୍ରଧାନ  ଫୁଲବାଣୀ ବ୍ଲକ  ରମେଶ ଚନ୍ଦ୍ର ସାହୁ ଖଜୁରୀପଡା ସରୋଜ କୁମାର ସାହୁ ଚକାପାଦ ବ୍ଲକ ର ପ୍ରଭାକର ନାୟକ ଦାରିଙ୍ଗବାଡି ବ୍ଲକ ର ଗୋଲକ ମଳିକ ଉଦୟଗିରି ବ୍ଲକ     ଜୁନୁସ ପରିଛା        ଟିକାବାଲି ବ୍ଲକ ର  ସତପଥି ପ୍ରଧାନ ନାରାୟଣ ଦଣ୍ଡସେନା  ବରିଷ୍ଠ  କଳାକାର ଅଚ୍ୟୁତ ବେହେରା ପ୍ରାଣବନ୍ଧୁ ସାହାଣୀ ମଧୁ ସୁଦନ ସାହାଣୀ ଯୁଧିଷ୍ଠିର ପାତ୍ର ଓ ପୁରୁଷୋତ୍ତମ ନାୟକ ବିଜୟ ଆମାୟତ ପ୍ରମୁଖ ଉପସ୍ଥିତ ଥିଲେ  । 

କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts