Breaking News

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର



ବେଗୁନିଆ    - ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ପଞ୍ଚାୟତର କୁଞ୍ଜବିହାରୀ ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଓଡ଼ିଶା ରକ୍ତଭଣ୍ଡାର ଖୋର୍ଦ୍ଧାର ଡାକ୍ତର ବିଷ୍ଣୁପ୍ରିୟା ସାହୁ, ଲାଵଟେକ୍ନିସିଆନ ଅରୁଣ କୁମାର ସାହୁ, ବିଚିସ୍ମିତା ପୁହାଣ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ଶିବିରଟିକୁ ପରିଚାଳନା କରିଥିଲେ । ଏଥିରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଜୁଳି, ଯୁବ ମୋର୍ଚ୍ଚା ସଭାପତି ଆଶିଷ ବରିଶଲ,ଦକ୍ଷିଣ ଯୁବ ମୋର୍ଚ୍ଚା ସଭାପତି ରାକେଶ ପ୍ରଧାନ, ଲଳିତ କୁମାର ସାହୁ ଓ ଭୁବନେଶ୍ୱର ଏଚଡ଼ିଏଫସି ବ୍ୟାଙ୍କ କର୍ମଚାରୀ  ଦିପ୍ତୀ ରଞ୍ଜନ ସୁବୁଦ୍ଧିଙ୍କ  ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । 
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts