Breaking News

ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ , ଫଳ ଓ ପନିପରିବା ବଣ୍ଟନ


  ପୁରୀ ----  ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃଦ୍ଧ, ବୃଦ୍ଧା ଓ ଦୃଷ୍ଟହୀନ ମାନଙ୍କୁ  ଶୁଖିଲା ଖାଦ୍ୟ ସହିତ ଫଳ ଓ ପନିପରିବା ବଣ୍ଟନ କରାଯାଇଛି । ସୁଚନାଯୋଗ୍ୟ ଯେ ପୁରୀ ବଳଗଣ୍ଡି ସାହିର ଚିତ୍ତରଞ୍ଜନ ସାହୁଙ୍କ ପୂଅ ସ୍ୱର୍ଗତ ସୃତିରଞ୍ଜନ ସାହୁ(୨୪) ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ କରିଥିଲେ । ସୋମବାର ସ୍ମୃତିରଞ୍ଜନଙ୍କ ଜନ୍ମତିଥି ଅବସରରେ ତାଙ୍କ ସ୍ମୃତିରେ ପରିବାର ଓ ସମର୍ପଣ ଚାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ ଏକ ସେବା କାର୍ଯ୍ୟ କରାଯାଇଥିଲା । ପୁରୀ ମଙ୍ଗଳଘାଟ ସ୍ଥିତ ସଂକଳ୍ପ ବୃଦ୍ଧାଶ୍ରମ ଏବଂ ଚନ୍ଦନପୁର ଅନ୍ତର୍ଗତ ଗଙ୍ଗାନାରାୟଣପୁର ସ୍ଥିତ ଅନ୍ଧ ଆଶ୍ରମର ସମସ୍ତ ଅନ୍ତୋବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ଏବଂ ଫଳସହିତ ପନିପରିବା ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ସ୍ମୃତିଙ୍କ ବାପା, ମା , ମାମୁଁ, ମାଇଁପ୍ରମୁଖ ଉପସ୍ଥିତ ରହି ସାମଗ୍ରୀ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ଆୟାଜନ କରିଥିଲେ ସମର୍ପଣ ଟ୍ରଷ୍ଟର ସଦସ୍ୟ ବ୍ରଜ କିଶୋର ସାହୁ, ସତ୍ୟନାରାୟଣ ସାହୁ ଏବଂ ସମାଜସେବୀ ଅଜୟ ପ୍ରଧାନ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts