Breaking News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା


ଧରାକୋଟ -ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବି. ଚିକିଲି ମୁଖ୍ୟ ରାସ୍ତା ରେ ଗତ କାଲି ସନ୍ଧ୍ୟା ରେ ଜୈନିକ 35  ବର୍ଷ ର  କଲର ମିସ୍ତ୍ରୀ  ର ମୁର୍ତ୍ତୃ ଦେହ ପଡ଼ିଥିବା ଦେଖିବାକୁ  ପାଇଥିଲେ ସ୍ଥାନୀୟ ଲୋକେ  ।  ମୃତ୍ୟୁ ଯୁବକ ହେଲେ ଶେରଗଡ଼ ଅଞ୍ଚଳର ସନ୍ୟାସୀ ସେଠି।ସୂଚନା ମୁତାବକ ସନ୍ୟାସୀ ନିଜ ଶଶୁର ଘର ବି. ଚିକିଲିର କୋଠ ଘରେ କଲର ଦେବାକୁ ଆସିଥିଲେ।କାରଣ ସେ ଜଣେ କଲର ମିସ୍ତ୍ରୀ ଥିଲେ। ଆଜକୁ ଚାରି ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀଙ୍କର ମୃତୁ ହୋଇଥିଲା।ସ୍ତ୍ରୀଙ୍କର ମୃତୁ ପାଇଁ ତାଙ୍କ  ଶଶୁର ଘର ଲୋକେ ସନ୍ୟାସୀଙ୍କୁ ଦାୟୀ କରୁଥିଲେ ଏବଂ ଏନେଇ  କେଶ ମଧ୍ୟ ଚାଲିଥିଲା। ତେଣୁ ସେହି ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ନିଜ ଭଉଣୀର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସନ୍ୟାସୀଙ୍କ ଦୁଇ ସାଳକ ପୂର୍ବ ଯୋଜନା ମୁତାବକ ହତ୍ୟା କରିଥିବା ଜଣା ପଢ଼ିଛି।ଏପଟେ ମୃତକଙ୍କ ଭାଇ ହତ୍ୟାକାରୀ ଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।ଘଟଣା ସ୍ଥଳରେ ଆସିକା ଏସଡିପିଓ ସୁଯ୍ୟମଣି ପ୍ରଧାନ,ଧରାକୋଟ ଥାନା ଆଇଆଇସି ସହଦେଵ ମହାପାତ୍ର ଓ ବଡ଼ଗଡ଼ ଥାନା ଆଇଆଇସି ପ୍ରତାପ ଚନ୍ଦ୍ର ତ୍ରିପାଠୀ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଆସିକକୁ ପଠାଇଛନ୍ତି ଓ  ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛନ୍ତି।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ

Blog Archive

Popular Posts