Breaking News

ଗ୍ରାମ ମାନଙ୍କରେ ଏବେ ସ୍ୱାବ ସଂଗ୍ରହ ଆରମ୍ଭ


  ସାକ୍ଷୀଗୋପାଳ ----  ରାଜ୍ୟରେ ଏବେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ଦ୍ୟମ ଜାରି ରହିଛି । ଲୋକମାନେ କିପରି କରୋନାରୁ ରକ୍ଷା ପାଇ ପାରିବେ ସେଥିପାଇଁ ଆରମ୍ଭ ହୋଇଛି ଉଦ୍ଦ୍ୟମ । ସାକ୍ଷୀଗୋପାଳରେ ଏବେ କରୋନା ଟେଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ନ ହୋଇ ଏବେ ଗ୍ରାମ ମାନଙ୍କରେ ଆରମ୍ଭ ହୋଇଛି । ଲୋକମାନେ ଯେପରି ସୁବିଧା ରେ କରୋନା ଟେଷ୍ଟ କରି ପାରିବେ । ଏବେ ସ୍ୱାସ୍ଥ୍ୟ ବିଭାଗରେ ସ୍ୱାବ ସଂଗ୍ରହ ନ କରାଯାଇ ଗ୍ରାମ ମାନଙ୍କରେ କରାଯାଉଛି । ମଙ୍ଗଳବାର ଗୋପାଳପୁର ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା ଦିଦି ଓ କରୋନା ସ୍ୱାବ ସଂଗ୍ରହ କରୁଥିବା କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts