ମାନବ ସେବା କରି ମହାନତାର ପରିଚୟ ଦେଇଛନ୍ତି ଯଶୋଦା ଅନାଥ ଆଶ୍ରମ ପରିଚାଳକ
ଧର୍ମଗଡ଼ : କଥାରେ ଅଛି ମାନବ ସେବା ହିଁ ମାଧବ ସେବା, ଏହି ବାକ୍ୟକୁ ପାଥେୟ କରି ଅନାଥ ଶିଶୁ , ବୃଦ୍ଧ ବୃଦ୍ଧା , ମାନସିକ ବିକୃତ ଙ୍କ ସେବା କରିବାରେ ନିଜ ଜୀବନକୁ ଉସର୍ଗ କରିଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଗମ୍ଭାରୀଗୁଡା ର ଶ୍ରୀଯୁକ୍ତ ଶ୍ୟାମ ଜାଲ ଓ ତାଙ୍କ ଧରପତ୍ନୀ କସ୍ତୁରୀ ଜାଲ ।
ବର୍ତ୍ତମାନ ତାଙ୍କ ଆଶ୍ରମରେ ୨୦୦ରୁ ଉର୍ଦ୍ଧ ଅନାଥ ଶିଶୁ, ବୃଦ୍ଧା ବୃଦ୍ଧଙ୍କୁ ରଖି ସେମାନଙ୍କ ର ସେବା କରି ଏକ ମହାନତାର ପରିଚୟ ଦେଇଛନ୍ତି । ନା ଅଛି ତାଙ୍କ ମନରେ ହିଂସା , ଅହଂକାର , କ୍ରୋଧ ଏ ସବୁଙ୍କୁ ଜଳାଞ୍ଜଳି ଦେଇ ଅନାଥ ଶିଶୁ ମାନଙ୍କୁ ନିଜର ପୁଅ ଝିଅ ଭଳି ସେମାନଙ୍କ ସେବା କରିଚାଲିଛନ୍ତି ଓ ବୃଦ୍ଧ ବୃଦ୍ଧା ମାନଙ୍କୁ ନିଜ ପରିବାର ସଦସ୍ୟ ଭଳି ରଖି ସେମାନଙ୍କ ସେବା କରି ଅତ୍ୟନ୍ତ ଖୁସିରେ ରଖିଛନ୍ତି ।ଏବଂ ସେମାନଙ୍କୁ ଖୁଆଇ ଦେଇ ମନରେ କିଛି ଘୃଣା ନ କରି ସେଇ ଖାଦ୍ୟ କୁ ନିଜେ ମଧ୍ୟ ଖାଆନ୍ତି ।
ରାଜ୍ୟର କୋଣ ଅନୁକୋଣରେ ଯେଉଁଠି ବି ଅନାଥ ଶିଶୁଙ୍କ ଖବର ପାଆନ୍ତି ସେଠାକୁ ଯାଇ ସେହି ଶିଶୁ କୁ ଆଣି ନିଜ ଆଶ୍ରମରେ ରଖି ସେବା କରନ୍ତି ।
ପରିଚାଳକ କହିଛନ୍ତି ଏହି ସେବା କାର୍ଯ୍ୟ ପାଇଁ ପ୍ରଥମେ ଅନେକ ଲୋକଙ୍କ ଠାରୁ ମାଡ଼ଗାଳି, ନିନ୍ଦା ଅପବାଦ, ଖାଇଛି ତଥାପି ଲୋକଙ୍କୁ କଥାକୁ ଖାତିର ନ କରି ଅନାଥ ମାନଙ୍କ ସେବା କରି ଚାଲିଛି, ଆଉ ମରିବା ପର୍ଯ୍ୟନ୍ତ ସେବା କରିବି। ଏହି ସେବା ମନୋଭାଵ କାର୍ଯ୍ୟ ଯୋଗୁଁ ଜିଲ୍ଲା, ରାଜ୍ୟ, ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।
ଏଭଳି ସେବା ମନୋଭାବ କରୁଥିବାର ଜାଣି ଆଶ୍ରମ ପରିଭ୍ରମଣ ରେ ଜାମପଡା ସେମଳାର ରାଜ୍ୟପାଳ ପୁରସ୍କୃତ ଜ୍ୟୋତିର୍ବିଦ ଶ୍ରୀଯୁକ୍ତ ତ୍ରିନାଥ ଗୋପାଳ, ଆଶ୍ରମ ରେ ପରିଦର୍ଶନ କରି ଅନାଥ ମାନଙ୍କ ସେବା ମନୋଭାବରେ ଖୁସି ହୋଇ ୧୦'୦୦୦ ଟଙ୍କା ଆର୍ଥିକ ସହାୟତା ଦେଇଥିଲେ । ସତରେ କଳି ଯୁଗରେ ଏଭଳି ସେବା ମନୋଭାବ ମଣିଷ ପାଇବା ବହୁତ କଷ୍ଟକର ଆଉ ଏପରି ସେବା କାର୍ଯ୍ୟ ଯୋଗୁ ବର୍ତ୍ତମାନ ସେ ଅଞ୍ଚଳରେ ବେଶ ପ୍ରଶଂସିତ ସାଉଁଟି ଅଞ୍ଚଳରେ ସୁନାମ ଅର୍ଜନ କରିଛନ୍ତି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ