ଲଘୁଚାପ ଜନିତ ବର୍ଷାରେ ଚାଷୀ ଏବେ ଚିନ୍ତାରେ
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଚାରିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେଉଛି । ବିଭିନ୍ନ ଗହିର ବିଲ ମାନଙ୍କରେ ଧାନ କିଆରିରେ ଏବେ ଭରପୁର ପାଣି ରହିଛି । ଏପରିକି ହିଡ ବାଡ ବୁଡିକି ପାଣି ଚାଲିଛି । ଯାହା ଫଳରେକି ଚାଷୀ ମାନେ ବିଲରେ ଥୋଡୁଅ ସାର ପକାଇ ପାରୁନାହାନ୍ତି କି ଔଷଧ ପକାଇ ପାରୁନାହାନ୍ତି । ବର୍ଷା ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୁତ୍ରରୁ ଘୋଷଣା କରାଯାଇଛି । ଢିପଜମି ଓ ବାରି ବଗିଚାରେ ବିଭିନ୍ନ ପନି ପରିବା ଚାଷ କରାଯାଇଥିଲା । ଜହ୍ନି, ଭେଣ୍ଡି, ଲଙ୍କା, ବାଇଗଣ, ଝୁଡଙ୍ଗ, କଲରା ଓ କାକୁଡି ଗଛ ଗୁଡିକ ଲଗାଣ ବର୍ଷା ଯୋଗୁ ଗଛ ଗୁଡି ଝୋଲିଆ ମାରିବା ଆରମ୍ଭ କଲାଣି । ଗତ ବନ୍ୟାରେ ପନି ପରିବାଫସଲ ସବୁନଷ୍ଟ ହୋଇଥିବା ବେଳେ ଏବେ ଲଘୁ ଚାପ ଜନିତ ବର୍ଷାରେ ବନ୍ୟା ଠାରୁ ବଞ୍ଚ ରହିଥିବା ଫସଲ ଗୁଡିକ ଏବେ ନଷ୍ଟ ହେବାକୁ ବସିଲାଣି । ଯାହା ଫଳରେକି ଚାଷୀ ମାନେ ବିଲରେ ଥିବା ଫସଲ କିଆରିକୁ ଯାଇ ପାରୁନାହାନ୍ତି । ପରିବା ଦର ଆକାଶଛୁଆଁ ଦର ହୋଇ ପଡିଛି । ବର୍ଷା ମାଡରେ ପନି ପରିବା ସଢ଼ିବା ଆରମ୍ଭ ହୋଇଯାଇଛି । ଅନ୍ୟ ପକ୍ଷେ ବର୍ଷା ଯଦି ଏହିପରି ଲାଗି ରହିବ ତାହେଲେ ଧନା ଫସଲ ମଧ୍ୟ କ୍ଷତି ହେବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି