Breaking News

ଗାନ୍ଧୀ ଜୟନ୍ତୀ ଅବସରେ ସତ୍ୟବାଦୀ ବିଜେଡି ଦଳ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

 


ସାକ୍ଷୀଗୋପାଳ ----  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱନକ୍ରମେ ତଥା ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପେଣ୍ଠପଡା ଓ କାଦୁଆ ଗ୍ରାମ ପଞ୍ଚାୟତରେ କରୋନା ସଚେତନତା ସହିତ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କାଦୁଆ ଛକ ସ୍ଥିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ପରିସରରେ ଥିବା ଗୋପବନ୍ଧୁ ଓ ଗାନ୍ଧୀଙ୍କ ସ୍କୃତିସ୍ତମ୍ଭ ନିକଟରେ ଦୁଇ ପଞ୍ଚାୟତର ବିଜେଡି ଦଳର  ସଭାପତି ଅନିଲ କୁମାର ସାହୁ, ବାଉରିବଂଧୁ ମହାପାତ୍ର ପ୍ରତିମୂର୍ତ୍ତିରେ ସୂତୀ ଓ ଦୀପ ଦାନ କରିବା ପରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା । ସାମାଜିକ କର୍ମୀ ସୁନିଲ କୁମାର ପଣ୍ଡା, ଛାତ୍ରନେତା ବିଶ୍ୱଜିତି ପରିଡା, ବାସନ୍ତୀ ବେହେରା ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହାପରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି  ଶ୍ରୀ ପଣ୍ଡା କହିଛନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts