Breaking News

ବରକେରା ଗ୍ରାମ ବାସୀଙ୍କ ଦ୍ୱାରାସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧା ସୁମନ

  ଡେଲାଙ୍ଗ ---- ଡେଲାଙ୍ଗର ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତ ତରଫରୁ ବରକେରା ଗ୍ରାମବାସୀଙ୍କ ତରଫରୁ କୋଭିଡ-୧୯ ନିୟମ ଅନୁଯାୟୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ  ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।  ଅନୁଷ୍ଠିତ ସଭାରେ ଶିକ୍ଷକ  ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ଯୋଗଦେଇଥିବା ବକ୍ତା ମାନେ ଚଳିତ ବନ୍ୟା ସମୟରେ ଉକ୍ତ ଗ୍ରାମକୁ  ପରିଦର୍ଶନ କରିବା ସହ ଲୋକମାନଙ୍କ ଦୁଖଃ ଦେଖି  ସାଙ୍ଗରେ ଥିବା ବିଡିଓ ଓ ବ୍ଳକ ଅଧ୍ୟକ୍ଷଙ୍କୁ ତୁରନ୍ତ ଉକ୍ତ ଗ୍ରାମକୁ ରିଲିଫ ଯୋଗାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।  ସେହି କଥା ସେହି କାର୍ଯ୍ୟକୁ ମନେପକାଇ  ଗ୍ରାମବାସୀ ମାନେ ଏବେବି ତାଙ୍କର ପିୟ ବିଧାୟକଙ୍କୁ ଝୁରି ହେଉଛନ୍ତି ।  ଡେଲାଙ୍ଗ ବ୍ଳକର ଏକମାତ୍ର ଗାଁ ଜଳକ୍ଳିଷ୍ଟ ଅଞ୍ଚଳ ଭାବେ ପରିଚିତ । ଏହି ଗ୍ରାମରେ ଏକକୋଟି ଟଙ୍କାର ପ୍ରକଳ୍ପ ସ୍ୱର୍ଗତ ଶ୍ରୀ ମହାରଥୀଙ୍କ ନିର୍ଦ୍ଦେଶରେ ହୋଇ ପାରିଥିଲା । ଯାହାଫଳରେକି ଗ୍ରାମରେ ୮୦ ଗୋଟି  ଫୋରଖୀ, ଗାଇ, ଛେଳି, ବତକ, କୁକୁଡା,  ନଡିଆଗଛ, ଉଦ୍ୟାନ  ବିଭାଗଦ୍ୱାରା ସମସ୍ତ ଗ୍ରାମବାସୀ ଏହି ଯୋଜନାରେ ସାମିଲ ହୋଇ ପାରିଛନ୍ତି । ୧୩ଗୋଟି ଉଠାଜଳସେଚନ ପଏଣ୍ଟ, ୪ଟି କୋଠଘର, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ, ପାନୀୟ ଜଳର ସୁବିଧା କରିଯାଇଛନ୍ତି । ଏହି ସମସ୍ତ ଉନ୍ନୟନ ମୂଳକ କଥାକୁ ମନେ ପକାଇ ଗ୍ରାମବାସୀ ମାନେ ଦୁଖଃ ପ୍ରକାଶ  କରିଥିଲେ । ପ୍ରଭାସ ଚନ୍ଦ୍ର ପରିଡା ଧନ୍ୟବାଦ ଦେଇଥିଲେ । 


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts