Breaking News

ଛାଡି ଚାଲିଗଲେ ଖେଳ ଶିକ୍ଷକ ରାଧେଶ୍ୟାମ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ରାଧେଶ୍ୟାମ ପ୍ରଧାନଙ୍କ ୬୮ବର୍ଷ ବୟସରେ ବୁର୍ଲା ଭୀମସାର ବଡ଼ ଡ଼ାକ୍ତରଖାନାରେ  ହୃଦଘାତରେ ପରଲୋକ ହୋଇ ଯାଇଛି।୨୦୧୧ ରେ  ଅବସର ଗ୍ରହଣ କରି ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ,ଶିକ୍ଷା ଅନୁଷ୍ଠାନ ସହ ଧର୍ମାନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରୁଥିଲେ। ସେ ଜଣେ ମେଳାପୀ,ସତ୍ୟ ନିଷ୍ଠା, କର୍ତ୍ତବ୍ୟ ପରାୟଣା ବ୍ୟକ୍ତିଥିଲେ ।ତାଙ୍କର ବିୟୋଗରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ,ସହକର୍ମୀ ଶିକ୍ଷକ,ରାଜନୈତିକ ବ୍ୟକ୍ତି,ନିକଟ ସମ୍ପର୍କୀୟ ମାନେ ତାଙ୍କର ତୁରୁମ ଠାରେ ଥିବା ବାସ ଭବନ ଠାରେ ଶେଷଦର୍ଶନ କରି ଅନ୍ତିମ ବିଦାୟ ଦେଇଥିଲେ।ବହୁ ସଂଖ୍ୟାରେ ଉପସ୍ଥିତ ଶ୍ରଦ୍ଧା ସୁମନ ଅନ୍ତିମ ବିଦାୟ ସମୟରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ବ. ରାଧେଶ୍ୟାମ ପ୍ରଧାନଙ୍କ ବିଧବା (ମାତା) ମାଁ,ପୁଅ ୧:-ରଶ୍ମିରଞ୍ଜନ ପ୍ରଧାନ,୨:-କିରନ ପ୍ରଧାନ,ଝିଅ ଶିଖା ପ୍ରଧାନଙ୍କୁ ଛାଡି ଯାଇଛନ୍ତି।ତାଙ୍କର ବଡ଼ ପୁଅ ରଶ୍ମିରଞ୍ଜନ ସ୍ଥାନୀୟ ସ୍ମଶାନରେ ମୁଖାଗ୍ନି ଦେଇଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....

Blog Archive

Popular Posts