ଚିକିତ୍ସାରେ ଅର୍ଥ ସାଜିଛି ବାଧକ
କଳାହାଣ୍ଡି ---- ପ୍ରାଇଭେଟ କମ୍ପାନୀରେ ଛୋଟିଆ କର୍ମଚାରୀ ଟିଏ ଥିଲେ, ଯାହାବି ସେଥିରୁ ତାଙ୍କୁ ଦରମା ମିଲୁଥିଲା ଖୁସିରେ ଘର ସଂସାର ଚଲାଇ ଆସୁଥିଲେ । ସମସ୍ତ ପରି ତାଙ୍କରି ମଧ୍ୟ ଅନେକ ସ୍ୱପ୍ନ ରହିଥିଲା ହେଲେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଦିନରାତି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଚିକିତ୍ସା ନିମନ୍ତେ ପାଖରେ ଅର୍ଥ ନାହିଁ । ପାଟି ଭିତରେ କ୍ୟାନସର ହୋଇଥିବାରୁ ନାଁ ମୁଠାଏ ଖାଇପାରୁଛନ୍ତି ନାଁ କିଛି କଥା କହିପାରୁଛନ୍ତି । ଆଉ ଅର୍ଥଭାବ ଯୋଗୁଁ ଏବେ ସେ ଶଯ୍ୟାଶାୟୀ । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମର ନିରାକାର ପ୍ରଧାନୀ (୩୫)ଙ୍କ କଥା ।
ପ୍ରାୟ ୭ମାସ ହେବ ନିରାକାର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି । ନିରାକାର ଙ୍କୁ କର୍କଟ ରୋଗ ହୋଇଥିବା ଜାଣିବା ପରେ ପରିବାର ଲୋକେ ପାଖରେ ଯାହା ଟଙ୍କା ସଂଚୟ କରି ରଖିଥିଲେ ତାକୁ ନେଇ ଅନେକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇ ଖର୍ଚ୍ଚ କରି ସାରିଲେଣି । ହେଲେ ସମ୍ବଳ ଅଭାବ କରାଣରୁ ଚିକିତ୍ସା କରାଇ ନପାରି ପରିବାର ଲୋକେ ଏବେ ଘରକୁ ଫେରାଇ ଆଣିଛନ୍ତି । ପ୍ରାୟ ୨ମାସ ପାଖାପାଖି ହେବ ଡାକ୍ତରଖାନାରୁ ଫେରେଇ ଆଣିବା ପରେ ନିରାକାର ଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ।
ନିରାକାରଙ୍କ ରୋଜଗାରରେ ପୁରା ପରିବାର ଚଲିଥାଏ । ହେଲେ ଏଭଲି ପରିସ୍ଥିତିରେ ନିରାକାର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ହେବାପରେ ପରିବାର ଉପରେ ସତେ ଯେମିତି ଦୁଃଖର କଲାବାଦଲ ଛାଇଯାଇଛି । ପରିବାର କହିଲେ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନୀ ୨ପୁଅ ବବଲୁ ଓ ଆଶୁତୋଶ ପ୍ରଧାନୀ । ଏକମାତ୍ର ରୋଜଗାରକ୍ଷମ ନିରାକାର ଙ୍କ ଏଭଲି ଅବସ୍ଥାରେ ସ୍ତ୍ରୀ ଲକ୍ଷ୍ମୀଙ୍କ ଉପରେ ପରିବାର ବୋଝ ଓ ସ୍ୱାମୀର ଚିକିତ୍ସା ଚିନ୍ତା ରହିଛି । ତେବେ ରାଜ୍ୟ ସରକାରଙ୍କ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ମିଲେ ତାହେଲେ ନିରାକାର ଭଲ ହୋଇ ସୁସ୍ଥ ଜୀବନ ଯାପନ କରିବେ ବୋଲି ପରିବାର ଓ ଗ୍ରାମବାସୀ ସହାୟତା ପାଇଁ ଗୁହାରୀ କରିଛନ୍ତି । ବାପାର ସ୍ୱାସ୍ଥ୍ୟବସ୍ଥା ଦେଖି ପଞ୍ଚମ ଶ୍ରେଣୀରେ ପାଠ ପଢିବା ପରେ ବବଲୁ ଷଷ୍ଠ ଶ୍ରେଣୀରେ ନା ଲେଖାଇ ପାରିନ ଥିବା କହିଥିବା ବେଳେ ବାପାର ଚିକିତ୍ସା ନିମନ୍ତେ ସରକାର ସାହାଯ୍ୟ କରିବେ ବୋଲି ଗୁହାରୀ କରି ସରକାରଙ୍କ ଉପରେ ଆଶା ଓ ବିଶ୍ୱାସ ରଖିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ନିରାକାର ଙ୍କୁ ସାହାର୍ଯ୍ୟ କରିବା ପାଇଁ ଚାହୁଛନ୍ତି ତେବେ ତାଙ୍କର ଇଣ୍ଡିୟାନ ଓବରସିଜ ବ୍ୟାଙ୍କ ଏକାଉଣ୍ଟ ନମ୍ବର 099101000005049, ଏବଂ IFSC CODE IOBA0000991 ରେ ସହାୟତା ରାଶି ପଠାଇ ପାରିବେ।
କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି
ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ