Breaking News

ଭେଡେନ ବ୍ଳକରେ କରୋନା ସଚେତନତା କାର୍ଯ୍ୟକ୍ରମ.


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ଥୁଆପାଲି ମାର୍କେଟ ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ତାରିଖ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ କୋଭିଡ-୧୯ ର ସଚେତନତା କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତରେ ହେବ । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପରାମର୍ଶ କ୍ରମେ ଭେଡେନ ବ୍ଲକ ବିଜୁ ଜନତା ଦଳର ସଭାପତି ହରିଶଙ୍କର ବେହେରାଙ୍କ ନେତୃତ୍ୱରେ ଝରା ପାଲି,ଥୁଆପାଲି ଠାରେ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।କରୋନା ନିୟମକୁ ମାନି ଚଳିବା ପାଇଁ ଲୋକ ଙ୍କୁ ପରାମର୍ଶ ଦିଆଯାଇଥିଲା। ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ସହ ହାତ ଧୋଇବା ଭଳି ଅନେକ କୋଭିଡ ନିୟମକୁ ପାଳନ କରି ନିଜକୁ କରୋନା ସଂକ୍ରମଣରୁ ଦୁରେଇ ରଖିବା ପାଇଁ ସଚେତନ କରାଯାଇଥିଲା । ଏହି ଅବସରରେ ଜନସାଧାରଣଙ୍କୁ ମାସ୍କ ଦଳ ପକ୍ଷରୁ ବଣ୍ଟନ କରାଯାଇଥିଲା।ଏଥିରେ ଭେଡେନ ବ୍ଲକ ଉପାଧ୍ୟକ୍ଷା ସୁପ୍ରଭା ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଣଜିତ କୁମାର ଭୋଇ, ସଂକ୍ରୀଡ଼ା ସରପଞ୍ଚ ସୁଶାନ୍ତ ସାହୁ, ସମିତି ସଭ୍ୟା ଗୀତାଞ୍ଜଳି ଭୁଏ, ସତ୍ୟଜିତ ପୁରୋହିତ,ବିରବଲ ହୋତା,ସୁକଦେଵ ଶତପଥୀ,ସୁବ୍ରତ ଚାନ୍ଦ, ମୂକେଶ ସାହୁ,ଆନନ୍ଦ କରନ୍,ପ୍ରମୋଦ କର୍ମୀ,ଗଣପତି ପୋଢ଼ ଙ୍କ ସହ ସକ୍ରିୟ କର୍ମୀ ତଥା ଭଦ୍ରବ୍ୟକ୍ତି ମାନେ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍...

Blog Archive

Popular Posts