Breaking News

ଭବାନୀପାଟଣା ଉପକଣ୍ଠରେ ଥିବା କଷାକେନ୍ଦୁ ବାଲିଘାଟ ପଡାବାସିଙ୍କ ଦୁଃଖ ଯିବ କେବେ


 କଳାହାଣ୍ଡି---  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିଷିଗାଁ ପଞ୍ଚାୟତ ର କଷାକେନ୍ଦୁ ଗ୍ରାମ ବାଲିଭଟା ପଡାରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ଲୋକଙ୍କ କହିବା ଅନୁସାରେ ଅତି ଗରିବ ଶ୍ରେଣୀର ବୁଢ଼ା, ବୁଢ଼ୀ ମାନେ ସରକାର ଙ୍କର ବିଭିନ୍ନ ଯୋଜନାରୁ ବଞ୍ଚିତ ହୋଇଥିବା ଜଣାପଡଛି। ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ  ମିଳୁ ନାହିଁ । ଏ ବାବଦରେ ସରପଞ୍ଚ,ପିଇଓ ତଥା ସମସ୍ତ ବଡ଼ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇବା ସତ୍ତ୍ୱେ କିଛି ଲାଭ ମିଳିନାହିଁ ବୋଲି  ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଗ୍ରାମବାସୀ  । ତାଙ୍କ ଦୁଃଖ ଶୁଣିବାକୁ କୋୖଣସି ଅଧିକାରୀ ଆସିନାହାନ୍ତି ବୋଲି ପଡାବାସି ମାନେ କହନ୍ତି । ଏମାନଙ୍କ ପାଖକୁ ଯିବାକୁ ହେଲେ ନା ଅଛି ପକା ରାସ୍ତା କି ପିଇବା ପାଇଁ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା ଅଛି । ଏହାବ୍ୟତିତ ସରକାର ଗରିବ ଲୋକଙ୍କୁ ଯୋଗାଉଥିବା ରାସନ ସାମଗ୍ରୀର କଳାବଜାରି ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି ।  ଦଶରୁ କୋଡ଼ିଏ ହଜାର ଟଙ୍କା ଭିତିରିଆ କାରବାର କରି  ଜଣଙ୍କ ନାମରୁ ଅନ୍ୟ ଜଣଙ୍କ  ନାମକୁ ବଦଳେଇ ଦେଉଥିବାରୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏ ସବୁ ସମସ୍ୟାକୁ ପ୍ରଶାସନ କେବେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

Blog Archive

Popular Posts