ବେକରେ ରସି ଲାଗି ଝୁଲୁଥିବା ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ପୋଲିସ
ବରଗଡ଼--- ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଥୁଆପାଲି ଗ୍ରାମର ୩୦ ବର୍ଷର ଯୁବକ ସୁବାଷ ଭୁଏ(କାହ୍ନୁ)ଙ୍କୁ ଆଜି ଭେଡେନ ପୋଲିସ ବେକରେ ରସି ଲାଗି ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି।ପ୍ରକାଶ ଥାଉ କି ଯୁବକ ଜଣକ ଗତକାଲି ରାତିରେ ଖାଇ ସାରି କୁଆଡେ ଚାଲି ଯାଇଥିବା ବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରେ ଘର ଲୋକେ ଖୋଜା ଖୋଜି କରିଥିଲେ ସୁଦ୍ଧା ପାଇ ନଥିଲେ।ଯାହା ସକାଳୁ ତାଙ୍କ ନିଜ ଖଳାରେ ଯୁବକ ଜଣକ ରସି ଲଗାଇ ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଭେଡେନ ପୋଲିସକୁ ଖବର ଦେବା ପରେ ଭେଡେନ ଥାନାର ସବ୍ ଇନ୍ସପେକ୍ଟର ମନୋଜ ପ୍ରଧାନ ସଦଲବଳେ ଆସି ପ୍ରାରମ୍ଭିକ ତଦନ୍ତ ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।ବର୍ତ୍ତମାନ ଘରେ ବିଧବା ପତ୍ନୀ ସୀମା ଭୁଏ(୨୬), ସୁବାଷର ବିଧବା ମାଁ (୫୨) ଓ ବାପ ଛେଉଣ୍ଡ ୧ ବର୍ଷର କୁନି ଝିଅ ଅଛନ୍ତି। ପରିବାରଟି ଅତ୍ୟନ୍ତ ଗରିବ ହେଇଥିବା ବେଳେ ଏକମାତ୍ର ରୋଜଗାର କ୍ଷମ ସୁବାଷଙ୍କ ମୃତ୍ୟୁ ପରେ ଆଗାମୀ ଦିନରେ ଚଲିବା ଅସମ୍ଭବ ହୋଇପଡିବ ବୋଲି ଲୋକମାନେ କହନ୍ତି ।ପରିବାରର ଏକ ମାତ୍ର ରୋଜଗାର କ୍ଷମ ସୁବାଷ ଚାଲିଯିବା ପରେ ନିରୀହ ପରିବାର ଭାଙ୍ଗି ପଡିଛନ୍ତି।ଏଥିପ୍ରତି ସରକାର ତଥା ସ୍ଥାନୀୟ ପ୍ରଶାସନ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍.....