ମହାରଥୀଙ୍କ ବିୟୋଗରେ ପିପିଲି କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
ପିପିଲି----- ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପିପିଲିର କାର୍ଯ୍ୟରତ ସାମ୍ବାଦିକ ସମୁହ ପକ୍ଷରୁ ଗୁରୁବାର ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଇନ୍ଦିରା ମଇଦାନ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଶୋକସଭାରେ ସାମ୍ବାଦିକ ପ୍ରଭାତ କୁମାର ମହାପାତ୍ର, ହେମନ୍ତ କୁମାର ସେଠୀ, ବିଜୟ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ସୁରେଶ ଚନ୍ଦ୍ର ମହାନ୍ତି, ରାକେଶ ରୋଶନ ମହାନ୍ତି, ମନୋରଞ୍ଜନ ମହାପାତ୍ର, ପ୍ରତାପ ବାରିକ, ସନ୍ତୋଷ କୁମାର ପ୍ରଧାନ, ଅରୁଣ ରାଉତ, ଦୁର୍ଗାଚରଣ ନାୟକ, ଦୁର୍ଗାମାଧବ ପରିଡା, ପ୍ରଫୁଲ୍ଲ ସାହୁ, ବସନ୍ତ ଖଣ୍ଡାୟତରାୟ, ପ୍ରଶାନ୍ତ ଦାସ, ଚନ୍ଦନ କୁମାର ମୁଦୁଲି, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ଯୁବସମାଜସେବୀ ଶଙ୍କର୍ଷଣ ପ୍ରଧାନ, ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇ ନିର୍ବାଚନ ମଣ୍ଡଳୀର ଉନ୍ନତି କ୍ଷେତ୍ରରେ ଶ୍ରୀମହାରଥୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ନିଜର ଯୁବସୁଲଭ ଗୁଣ ପାଇଁ ସେ ସମଗ୍ର ରାଜ୍ୟରେ ଜଣେ ଅଦ୍ୱିତୀୟ ନେତା ଭାବେ ନିଜକୁ ପ୍ରମାଣିତ କରି ପାରିଥିଲେ । ମହିଳାସମାଜର ଉନ୍ନତି କ୍ଷେତ୍ରରେ ତାଙ୍କର ପ୍ରତିଟି ଅବଦାନ ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ ବୋଲି ସାମ୍ବାଦିକମାନେ ପ୍ରକାଶ କରିଥିଲେ । ଓଡିଶାର କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସେ ବିଧାନସଭାରେ ପ୍ରଶ୍ନ ଉଠାଇବା ପରେ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ବୀମା ଯୋଜନା କାର୍ଯ୍ୟକାରୀ ହୋଇଥିବା ସଂପର୍କରେ ସାମ୍ବାଦିକ ବିଜୟ କୁମାର ମହାପାତ୍ର ପ୍ରକାଶ କରିବା ସହ ସାମ୍ବାଦିକଙ୍କୁ ସେ ସବୁବେଳେ ଆପଣାର ଭାବିବା ସହ ସମ୍ମାନ ଦେଇଆସୁଥିବା କହିଥିଲେ । ପିପିଲିରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ଯାହାକି ତାଙ୍କ ପରଲୋକ ପରେ ଅଧୁରା ରହିଲା ବୋଲି ଶ୍ରୀମହାପାତ୍ର ଧନ୍ୟବାଦ ଦେବା ଅବସରରେ ପ୍ରକାଶ କହିଥିଲେ । ଏହି ଅବସରରେ ସେଠାରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଥିଲା ।
ପିପିଲି ରୁ ବିଜୟ କୁମାର ମହାପାତ୍ର