Breaking News

ପାରିବାରିକ କଳିରେ ବଳିପଡିଲେ ସ୍ଵାମୀ ; ସ୍ତ୍ରୀ ଙ୍କ ହାତରେ ଗଲା ସ୍ଵାମୀଙ୍କ ଜୀବନ




 ଧରାକୋଟ---- ରାଗ ଚୋର ଚଣ୍ଡାଳ ,  ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ର ସାଥୀ ହେବାପାଇଁ ବାନ୍ଧି ହୋଇଥିବା ପବିତ୍ର ବନ୍ଧନ ଡୋରିରେ ଲାଗିଛି ଦାଗ।
ବଡଗଡ ଥାନା ଅଧିନସ୍ଥ ଓଲମ୍ବା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁଥିରେ ସ୍ଵାମୀ,ସ୍ତ୍ରୀ ଓ ଦେଢ଼ ଶାଶୁ ଙ୍କ କଳିରେ ସ୍ଵାମୀ  ବଳିପଡିଛନ୍ତି। ମୃତକ ଜଣକ ହେଉଛନ୍ତି ପଞ୍ଚା ନାୟକ।ଓଳାମ୍ବା ବାସିନ୍ଦା ଦଣ୍ଡପାଣି ନାୟକ ଙ୍କ ପୁତ୍ର ସନ୍ତାନ ନଥିବାରୁ ସେ ନିଜ ସାନ ଝିଅ  କୁନି ନାୟକ ଙ୍କୁ ନିଜର ଭଣଜା ପଞ୍ଚା ନାୟକ ଙ୍କ ସହ ଵିଵାହ କରାଇ ଘର ଜ୍ବାଇଁ କରି ରଖିଥିଲେ। ବଡ଼ ଝିଅ ଅବିବାହିତା ବୈଜୟନ୍ତୀ ନାୟକ । ଏହି ପରିବାରର ପଡୋଶୀ ହୋଇ  ରହୁଥିଲେ। ପଞ୍ଚ ନାୟକ ଙ୍କ ଦେଢ଼ ବର୍ଷର ଏକ କନ୍ୟା ସନ୍ତାନ ଟିଏ ମଧ୍ୟ ରହିଛି।ସୂଚନା ଅନୁଯାୟୀ ପଞ୍ଚ୍ଚା ନାୟକ ପ୍ରତିଦିନ ମଦ ପିଇ ଆସି ଘରେ ଗଣ୍ଡଗୋଳ କରୁଥିଲେ। ଆଜି ସକାଳେ ସେ ମଦ ପିଇ ଆସି ଘରେ ଗଣ୍ଡଗୋଳ କରିବା ସହିତ ନିଜ ସ୍ତ୍ରୀ ଙ୍କୁ ମାରି ନିଜର ଦେଢ଼ ଶାଶୁ ଙ୍କୁ ବିବାହ କରିବି ବୋଲି ଧମକ ଦେଇ କାତିରେ ହାଣିବ ପାଇଁ ଆକ୍ରମଣ କରିଥିଲା। ଫଳତଃ ସ୍ଵାମୀ ଏବଂ ଦୁଇ ଭଉଣୀଙ୍କ ମଧ୍ୟରେ ବଚସା  ହୋଇଥିଲ।ଏଥିରେ ସ୍ଵାମୀ ପାଞ୍ଚ ନାୟକଙ୍କ ମୃତ୍ୟୁ ଘଟିଛି । ଏବଂ ଦୁଇ ଭଉଣୀ ଆହତ ହୋଇ ଗୃହରେ ପଡିରହିଥିବା ସମୟରେ ବଡଗଡ ଥାନାଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ଏସ ଆଇ ଦେବଦତ ପ୍ରିୟଦର୍ଶୀ ସଦଳ ବଳେ ଘଟଣା ସ୍ଥଳରେ ପହଁଚି ଆହତ ଦୁଇ ଭଉଣୀଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ପଠାଇଛନ୍ତି।   ଏବଂ ଖବର ସଂଗ୍ରହ ସୁଦ୍ଧା  ମୃତ ପାଞ୍ଚଙ୍କ ସବ ଘର ସମ୍ମୁଖରେ ପଡିରହିଛି। ମୃତକଙ୍କ ବାମ ହାତରେ ଏକ କାତି ଥିବା ଦେଖିବାକୁ ମିଳିଛି।
ରିପୋର୍ଟ-ଧରାକୋଟ ରୁ କାଳୁ ଚରଣ ମହାପାତ୍ର 

Blog Archive

Popular Posts