Breaking News

ବନବାସୀ ଙ୍କ ଘର ପୋଡ଼ି ଘଟଣା : ଥାନାରେ ଅଭିଯୋଗ


କଳାହାଣ୍ଡି---+   କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ସର୍ଗିଗୁଡା - ଦାବ୍ରିଗୁଡା ସାହାଜଖୋଲ ଜଙ୍ଗଲ ଭିତରେ ଥିବା ପୋଲକା ଜଙ୍ଗଲରେ ରହୁଥିବା ୫ ବନବାସୀ ଙ୍କ ଘରକୁ କେହି ଦୃବୃର୍ତ୍ତ ପୋଡ଼ି ଦେଇଥିବା ଆମପାଣି ଥାନା ରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବଡପୋଡାଗୁଡା ପଞ୍ଚାୟତର ୬ ପରିବାର ଓ ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଗାଁ ର ୫ ପରିବାର ଦିର୍ଘ ୫ ବର୍ଷ ହେବ ସେଠାରେ ବସବାସ କରି ଆସୁଛନ୍ତି।ସେଠାରେ ରହି ମକାଚାଷ କରି ପରିବାର ପ୍ରତି ପୋଷଣ କରିଆସୁଛନ୍ତି। ହେଲେ ଗତକାଲି ଅପରାହ୍ନ ସମୟରେ କିଛି ଦୃବୃର୍ତ୍ତ ସେଠାରେ ପହଞ୍ଚି ଘରକୁ ଜାଲି ଦେଇଥିବା ଅଭିଯୋଗ ହୋଇଛି। ଘର ପୋଡିବାପରେ ୫ ପରିବାର ବେଘର ହୋଇ ଖୋଲା ଆକାଶ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ନିଆଁରେ ପୋଡ଼ିଯାଇଛି ଚାଉଳ, କିଛି ଲୁଗାପଟା ଓ ଜରୁରୀ କାଗଜପତ୍ର ପୋଡ଼ି ଯାଇଥିବା ରୁ ପାଞ୍ଚ ପରିବାର ଏବେ ବେସାହାରା ହୋଇ ପଡିରହିଛନ୍ତି। ଅଭିଯୋଗ ପରେ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ଥିବା ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗୀ କହିଛନ୍ତି। ଅନ୍ୟପଟେ ଘରପୋଡ଼ି ଥିବା ଲୋକେ ବନବିଭାଗର ନିର୍ଦ୍ଦେଶରେ ଜଙ୍ଗଲ ସୂରକ୍ଷା କମିଟି ଘର ପୋଡ଼ି ଥିବା ସନ୍ଦେହ କରୁଥିବା ବେଳେ ଜଙ୍ଗଳ ସୂରକ୍ଷା କମିଟି ସଭାପତି ସିଧାସଳଖ ଅଭିଯୋଗ କୁ ଖଣ୍ଡନ କରିଛନ୍ତି।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

Blog Archive

Popular Posts