Breaking News

ଅଟୋ ଭିତରେ ଅଜଣା ବ୍ୟକ୍ତିର ମୃତଦେହ ଠାବ କଲା କୋଣାର୍କ ପୋଲିସ



ପୁରୀ-----   କୋଣାର୍କ ମ୍ୟାରେନ ଡ୍ରାଇଭ ର ଇକୋ ରିଟ୍ରିଟ ରାସ୍ତା ରେ ଏକ ଅଜଣା ବ୍ୟକ୍ତି ର ମୃତ୍ୟୁ ଦେହକୁ ଅଟୋ ଭିତରୁ କୋଣାର୍କ ମେରାଇନ ଥାନା ପୋଲିସ ଜବତକରିଛି । ତେବେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନାହିଁ  କି ମୃତ୍ୟୁ ର କାରଣ ଜଣାପଡ଼ିନାହିଁ । ବ୍ୟକ୍ତି ଙ୍କର ବୟସ ୩୫ରୁ ୪୦ ବର୍ଷ ମଧ୍ୟ ହେବ । ଘଟଣାରୁ ପ୍ରକାଶ ଯେ କୋଣାର୍କ ମ୍ୟାରେନ୍ ଡ୍ରାଇଭ ନିକଟରେ ଓଡି-୩୩- ଏକ୍ ୮୯୪୩ ନମ୍ବର ଥିବା ଅଟୋଟି ଦୀର୍ଘ ସମୟ ଧରି ରାସ୍ତା ଉପରେ ଠିଆ ହୋଇଥିବା ଦେଖି କିଛି ମାଛ ଧରାଳି ଉକ୍ତ ଅଟୋ ପାଖକୁ ଯାଇ ତା ଭିତରେ ଅଚିହ୍ନା ବ୍ୟକ୍ତି ର ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ମେରାଇନ ଥାନା ପୋଲିସ ସେଠାରେ ପହଞ୍ଚି  ଶବ ଟିକୁ ଜବତ କରିଥିଲେ । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଠାରେ ସୂଚନା ଥାଉକି ଉକ୍ତ ଅଟୋ ଭୁବନେଶ୍ୱର ର କେ ମନୀଷା ନାୟକଙ୍କ ନାମରେ ଥିବା ତାଙ୍କ ଆରସି ବୁକୁରୁ ଜଣାପଡ଼ିଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ ଶ

Blog Archive

Popular Posts