Breaking News

ପୁରୀ ଜିଲ୍ଲା ବାହାରର ଲୋକଙ୍କୁ ପୁରୀ ଆସିବାକୁ ବାରଣକଲେ ଜିଲ୍ଲାପାଳ

ପୁରୀ----- ମହାମାରୀ କରୋନା ସଂକ୍ରମଣ ବଢୁଥିବାରୁ ବାହାର ଜିଲ୍ଲାର ଲୋକମାନେ ଚଳିତ ମାସ ୩୧ ତାରିଖ ଯାଏଁ ପୁରୀରେ ପ୍ରବେଶ କରିପାରିବେ ନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ କହିଛନ୍ତି ଆଜି ଠାରୁ ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କାର୍ଯ୍ୟ ନଥିଲେ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ । ଜିଲ୍ଲା ମଧ୍ୟକୁ ଥିବା ପ୍ରବେଶ ପଥ ନିକଟରେ ଯାଞ୍ଚ କରିବା ନିମନ୍ତେ ଟିମ ଗଠନ କରାଯାଇଛି । ଅତ୍ୟାବଶ୍ୟକୀୟ ସେବା କିମ୍ବା କାର୍ଯ୍ୟ ନଥିଲେ ଜିଲ୍ଲା ବାହାରକୁ ନଯିବା ପାଇଁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି । ଅତି ଜରୁରୀ କାମ ନ ଥିଲେ ପୁରୀ ଜିଲ୍ଲାକୁ ବାହାର ଜିଲ୍ଲାର ଲୋକେ ନ ଆସନ୍ତୁ। ଯେଉଁମାନେ ଜରୁରୀକାଳୀନ କାମ ପାଇଁ ପୁରୀ ଜିଲ୍ଲାକୁ ଆସୁଛନ୍ତି, ସେମାନେ ସାଥୀରେ ବାଧ୍ୟତାମୂଳକ ଭାବେ ପରିଚୟପତ୍ର ରଖନ୍ତୁ। ଏଥି ସହିତ ଜିଲ୍ଲାପାଳ କହିଛନ୍ତି ପୁରୀ ଜିଲ୍ଲାର ୩ଟି ପ୍ରବେଶ ପଥ ଯଥା ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ ଓ ଜଗନ୍ନାଥ ସଡ଼କ ଉପରେ ପ୍ରଶାସନର ନଜର ରହିବ। ପ୍ରବେଶ ପଥ ଗୁଡ଼ିକରେ ନାକାବନ୍ଦୀ କରି ଯାଞ୍ଚ କଡ଼ାକଡ଼ି କରାଯିବ। ସେହିଭଳି ପୁରୀରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି କରିଦିଆଯିବ। ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବ। ତେବେ ପୁରୀ ଜିଲ୍ଲାର ସାଧାରଣ ଲୋକ ଆବଶ୍ୟକୀୟ କାମରେ ବାହାରକୁ ଯାଇ ଫେରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts