Breaking News

ବିଶ୍ବପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ନୀତିକାନ୍ତି ସହ ଶେଷ ; ଧନ୍ୟବାଦ ଓ କୃତ ଜ୍ଞତା ଜଣାଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ


ବରଗଡ଼----- ସୁନାବେଶ ଏବଂ ଅଧରପଣା ନୀତି ପରେ ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରିବିଜେ ନୀତି ଶେଷ ହୋଇଛି। ତିନି ରଥରେ ଲୀଳାଖେଳା ସାରି ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦିରେ ବିଜେ କରିଛନ୍ତି। ମହାପ୍ରଭୂ  ଶ୍ରୀ ଜଗନାଥ ସ୍ୱାମୀ ନବ ଦିନ ବ୍ୟାପି ଘୋଷଯାତ୍ରା ସଂପନ୍ନ କରି ରତ୍ନସିଂହାସନକୁ ବିରାଜିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ମହାପ୍ରଭୂଙ୍କ ରଥଯାତ୍ରା ନୀତିକାନ୍ତି ଅନୁପାଳନ ପୂର୍ବକ ସୁଚାରୁ ଭାବେ ସମାପିତ ହୋଇଛି । ତେବେ ମହାପ୍ରଭୁ ଭାଇ, ଭଉଣୀଙ୍କୁ ନେଇ ଯାତ୍ରା କରିବାପରେ ଲକ୍ଷ୍ମୀ ନାରାୟଣଙ୍କ ଭେଟପରେ ମହାଲକ୍ଷ୍ମୀ ଅଭିମାନ କରିଥିଲେ। ଶେଷରେ ରସଗୋଲା ଖାଇବା ପରେ ସିଂହଦ୍ୱାର ଫିଟାଇଲେ ମହାଲକ୍ଷ୍ମୀ । ମିଠା ଦେଇ ମାନଭଞ୍ଜନ କରିବା ପରେ ନୀଳାଦ୍ରିବିଜେ କଲେ କାଳିଆ ସାଆନ୍ତ। ଏହି ଅବସରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ନୀତିକାନ୍ତି ସହ ସମାପିତ ହୋଇଥିବାରୁ ସମସ୍ତ ସେବାୟତ ବନ୍ଧୁ, ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ସର୍ବୋପରି ପୁରୀ ସହରବାସୀଙ୍କୁ ଧନ୍ୟବାଦ ଓ କୃତ ଜ୍ଞତା ଜଣାଇଛନ୍ତି ସଞ୍ଜୟ ଦାସବର୍ମା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଏହା ସହିତ  ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଛତିଶା ନିଯୋଗର ସମସ୍ତ ସେବାୟତ ବନ୍ଧୁ, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଧନ୍ୟବାଦ ଜଣାଉଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts