ଓଡ଼ଗାଁ ବ୍ଲକର ୨୬ଜଣ ସୁରାଟ ଫେରନ୍ତା କୁକୁଡାଖଣ୍ଡି ସଙ୍ଗରୋଧ ଗୃହରେ ରହିଲେ
ଓଡ଼ଗାଁ - ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ୨୬ ଜଣ ସୁରାଟ ଫେରନ୍ତା ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ନୋଡାଲ ଉ.ପ୍ରା ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରହିଛନ୍ତି । ଗୁଜୁରାଟରୁ ଓଡିଶା ଅଭିମୁଖେ ବାହାରିଥିବା ବସଟି ଆଜି ସକାଳ ୮ଟା ୩୦ମିନିଟ ସମୟରେ ଭଞ୍ଜନଗର ଦେଇ ଠିକ ୧୦ଟା ୩୦ ମିନିଟ ସମୟରେ ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଗ୍ରାମରେ ପହଞ୍ଚିଥିଲା ।ମୋଟ ୨୬ ଜଣଙ୍କ ମଧ୍ୟରୁ ସମସ୍ତେ ପୁରୁଷ ଅଟନ୍ତି ବୋଲି ଯାତ୍ରୀ ହରଷ ପ୍ରଧାନ ସୂଚନା ଦେଇଛନ୍ତି । ଉକ୍ତ ୨୬ଜଣଙ୍କ ମଧ୍ୟରୁ ଗିରିଡ଼ିପଲ୍ଲୀ ଗ୍ରା.ପର ୧୪ ଜଣ ହୋଇଥିବା ବେଳେ ରୋହିବାଙ୍କର ୭ ଜଣ ଏବଂ ସୁନାମୁଁହି ଗ୍ରା.ପର ୫ ଜଣ ଅଟନ୍ତି ।
ପ୍ରତ୍ୟେକ ବ୍ୟକ୍ତି ନିଜ ବ୍ୟକ୍ତିଗତ ଖର୍ଚ୍ଚରୁ ୩୫୦୦ ଟଙ୍କା ଖର୍ଚ୍ଚ କରି ଆସିଥିବା ସୂଚନା ମିଳିଛି।ସୁରାଟରୁ ବାହାରିଥିବା ଏହି ବସଟି କନ୍ଧମାଳ ଜିଲ୍ଲା ଦେଇ ଗଂଜାମ ଜିଲ୍ଲାର ଭଞ୍ଜନଗରରେ ପହଞ୍ଚିବା ପରେ ଗଂଜାମ ପ୍ରଶାସନ ତରଫରୁ ସମସ୍ତଙ୍କ ଯାଞ୍ଚ କରାଯାଇ ଗଂଜାମ ଜିଲ୍ଲାର ୨୮ଜଣଙ୍କ ସମେତ ନୟାଗଡ଼ ଓଡ଼ଗାଁର ୨୬ ଜଣଙ୍କୁ କୁକୁଡ଼ାଖଣ୍ଡି ସଙ୍ଗରୋଧ ଗୃହରେ ରଖିଯାଇଥିବା ଜଣାପଡିଛି ।
ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ