ଅତିରିକ୍ତ ଶିକ୍ଷାଧିକାରୀଙ୍କ ଅବସର କାଳୀନ ସମ୍ମର୍ଦ୍ଧନା ଉତ୍ସବ
ଡେଲାଙ୍ଗ-- ଡେଲାଙ୍ଗ ମଣ୍ଡଳ ଅତିରିକ୍ତ ଶିକ୍ଷାଧିକାରୀ ରବି ନାରାୟଣ ମହାପାତ୍ର ସରକାରୀ ସେବାରୁ ନିବୃତ ହୋଇଛନ୍ତି । ଏହି ଅବସରରେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୋଭିଡ-୧୯ ଆଇନକୁ ମାନି ସାମାଜିକ ଦୁରତା ରକ୍ଷା କରାଯାଇ ବିଦାୟ କାଳୀନ ସମ୍ମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମଣ୍ଡଳ ଶିକ୍ଷାଧିକାରୀ ନିରଞ୍ଜନ ପାତ୍ର ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ୟାମ ସୁନ୍ଦର ଦାସ, ଅବସର ଗ୍ରହଣ କରିଥିବା ଅତିରିକ୍ତ ଶିକ୍ଷାଧିକାରୀ ରବି ନାରାୟଣ ମହାପାତ୍ର, ଅତିରିକ୍ତ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା, ଶରତ କୁମାର ମିଶ୍ର , ଡେଲାଙ୍ଗ ବ୍ଳକର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମିଟୁ କିଶୋର ପ୍ରଧାନ, ସମ୍ପାଦକ ସୂର୍ଯ୍ୟନାରାୟଣ ସେଠୀ ଓ ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ଅତିଥି ଭାବେ ଯୋଗଦେଇ ଅବସର ଗ୍ରହଣ କରିଥିବା ଶ୍ରୀ ମହାପାତ୍ର ଜଣେ ସରଳ, ନିଷ୍ଠାପର, କର୍ତ୍ତବ୍ୟପରାୟଣ, ମିଷ୍ଠାବାସୀ, ସଚ୍ଚୋଟ, ପରପୋକାରୀ କର୍ମଚାରୀ ଥିଲେ ବୋଲି ଅତିଥି ମାନେ କହିଥିଲେ । ଶ୍ରୀ ମହାପାତ୍ରଙ୍କୁ ଉପଢ଼ୌକନ ଓ ମାନପତ୍ର, ଫୁଲତୋଡା ଦେଇ ବିଦାୟ ଦିଆଯାଇଥିଲା । ବିଶେଷ କରି ସେ ତାଙ୍କ କର୍ତ୍ତବ୍ୟରେ କେବେ ହେଳେ ଅବହେଳା କରି ନାହାନ୍ତି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିଆରସିସି ଦିଲୀପ କୁମାର ନାୟକ, ସନାତନ ସ୍ୱାଇଁ, ଦୁର୍ଯ୍ୟେଧନ ପ୍ରଧାନ, ଅମରେନ୍ଦ୍ର ପ୍ରଧାନ, ତପନ କୁମାର ମଲିକ, କୃତିବାସ ପରିଡା, ପବିତ୍ର କୁମାର ପଣ୍ଡା, ବସନ୍ତ କୁମାର ସେଠୀ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରଦୀପ ବଳିୟାରସିଂଙ୍କ ସହିତ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଶେଷରେ ସିଆରସିସି ହରିହର ରଥ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି