Breaking News

ଡେଲାଙ୍ଗ ବେରବୋଇ ଗାନ୍ଧୀ ପୀଠରେ ପର୍ଯ୍ୟଟନ ମନ୍ତ୍ରୀ

ଡେଲାଙ୍ଗ -----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ  ଗାନ୍ଧୀ ପୀଠକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ମାନ୍ୟତା ଘୋଷଣା ସରିଛି । ମାତ୍ର ପୀଠର କୌଣସି ଉନ୍ନତି ହୋଇ ପାରିନାହିଁ ଏହା ଜାଣିପାରି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ପର୍ଯ୍ୟଟନ ବିଭାଗର ଉନ୍ନୟନ ବିଭାଗର ଅଧିକାରୀ ମାନଙ୍କ ସହ ଡେଲାଙ୍ଗ ଗାନ୍ଧୀ ପୀଠରେ ପହଞ୍ଚିଥିଲେ । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କୁ ଡକାଇ ଗାନ୍ଧୀ ପୀଠର ଜମି ଜମା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ତୁରନ୍ତ ଉକ୍ତ ଜମି ଚିହ୍ନଟ କରିବା ପାଇଁ ମନ୍ତ୍ରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବହୁ ଶିଘ୍ର ବେରବୋଇ ଗାନ୍ଧୀ ପୀଠର ଉନ୍ନତି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସ୍ଥାନୀୟ ଗ୍ରାମର ଯୁବକ ମାନଙ୍କୁ କହିଥିଲେ । କସ୍ତୁରବା ସେବା କେନ୍ଦ୍ରର ମୁଖ୍ୟ ସଂଞ୍ଚାଳିକା କବିତା ରାଣୀ ପରିଡା, ଗାନ୍ଧୀ ସ୍ମାରକି ସମିତିର ସମ୍ପାଦକ ଚନ୍ଦ୍ର ଶେଖର ବିଶ୍ୱାଳ, ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ, ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା ଓ ଶିବ ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts