Breaking News

ଦେଶୀ ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ


ଓଡ଼ଗାଁ/କୁରାଳ-  ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ପାଣ୍ଡେରିପଡା ଗ୍ରାମରେ ବେଆଇନ ଭାବରେ ଦେଶୀ ମଦ ବିକ୍ରି ଅଭିଯୋଗରେ ଓଡ଼ଗାଁ ପୋଲିସ ଆଜି ସକାଳେ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ ଓଡ଼ଗାଁ ବ୍ଲକ ପାଣ୍ଡେରିପଡା ଗ୍ରାମର  କୃଷ୍ଣଚନ୍ଦ୍ର ପ୍ରଧାନ (୪୫) ନିଜ ଗ୍ରୋସେରି ଦୋକାନ ମଧ୍ୟରେ ଦେଶୀ ମଦ ବିକ୍ରି କରୁଥିଲେ । କୋୖଣସି  ସୂତ୍ରରୁ  ଖବର ପାଇଁ ଓଡ଼ଗାଁ ଆଦର୍ଶ ଥାନା ଏ.ଏସ.ଆଇ ରମେଶ କୁମାର ବେହେରା ସଦଳବଳେ ତା ଘରେ ଚଢ଼ାଉ କରିଥିଲେ । ୫ଲିଟର ଦେଶୀ ମଦ ଜବତ ହୋଇଛି ବୋଲି ଓଡ଼ଗାଁ ପୋଲିସ ତରଫରୁ ସୂଚନା ମିଳିଅଛି। ଓଡ଼ଗାଁ ପୋଲିସ ୧୨୧/୨୦୨୦ରେ ଏକ ମାମଲା ରୁଜୁ କରି କରୋନା ନିମନ୍ତେ ଅଦାଲତ ନିର୍ଦ୍ଦେଶ ଅନୁସାରେ କେବଳ ନୋଟିସ ଦେଇ ଛାଡି ଦିଆଯାଇଛି ବୋଲି ଥାନା ଅଧିକାରୀ ବଂଶୀଧର ବିଶ୍ବାଳଙ୍କ ଠାରୁ ସୂଚନା ମିଳିଛି ।
ରିପୋର୍ଟ -ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts