Breaking News

ସତ୍ୟବାଦୀ ମନ୍ଦିର, ଥାନା, ଏଟିଏମ ଓ ମନ୍ଦିର କାର୍ଯ୍ୟାଳୟ ବିଶୋଧନ କରାଗଲା

ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ପରିସରକୁ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସୁଛନ୍ତି । ଏହା ସହିତ ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ କରୋନାଯୋଦ୍ଧା ତଥା ସତ୍ୟବାଦୀ ପୋଲିସ  ସୁରକ୍ଷା ବଳୟ ମଧ୍ୟରେ ନେଇକି ସେମାନଙ୍କୁ ସଂଗରୋଧ ଘୃହରେ ଛାଡୁଛନ୍ତି । ସେହିପରି ସାକ୍ଷୀଗୋପାଳ ମନ୍ଦିର ଓ ମନ୍ଦିର କାର୍ଯ୍ୟାଳୟ ପରିସର ଓ ଏସବିଆଇ ଏଟିଏମକୁ ବିଶୋଧନ କରାଯାଇଛି ।  ପୁଣ୍ୟ ଉତ୍କଳ ସଂସ୍ଥା ତରଫରୁ କ୍ଳବ ସତ୍ୟବାଦୀର ସହଯୋଗରେ ବିଶୋଧନ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ହାପି ରଥ, ଆଲୋକ ଖୁଣ୍ଠିଆ,ପୂର୍ଣ୍ଣାନନ୍ଦ ତ୍ରିପାଠୀ, ଅଭିଜିତି ସେନାପତି , ନିଶିକାନ୍ତ ପ୍ରଧାନ, ତେଫାନ ବେହେରା, ତ୍ରିନାଥ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts