ଭାଳିଆଡ଼ିହିରେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ
ଓଡ଼ଗାଁ--ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଭାଲିଆଡିହି ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାଙ୍କ ତ୍ୟାଗ, ସେବା ଓ ପ୍ରତିବଦ୍ଧ ତାର ସମ୍ମାନାର୍ଥେ ଭାଲିଆଡ଼ିହି ଗ୍ରାମର ସମସ୍ତ ଗ୍ରାମବାସୀ ଓ ସରପଞ୍ଚ ପ୍ରତାପ କୁମାର ଜେନା ଏବଂ ଆଦର୍ଶ ୟୁଥ୍ କ୍ଲବ୍ ମିଳିତ ଆନୁକୂଲ୍ୟରେ " ବନ୍ଦେ ଉତ୍କଳ ଜନନୀ " ସଂଗୀତ ଗାନ କରାଯାଇଥିଲା।
ଓଡ଼ଗାଁ/ କୁରାଳରୁ ଅର୍ଜୁନ ସାହୁ