ଉତ୍କଳ ଯାଦବ ମହାସଭା ବରୀ ଶାଖା ତରଫରୁ ମାସ୍କ ଓ ସାନିଟାଇଜର ବଣ୍ଟନ
ବରୀ-ଉତ୍କଳ ଯାଦବ ମହାସଭା ବରୀ ତରଫରୁ ଆଜି ଅପରାହ୍ନରେ ବରୀ ତହସିଲ କାର୍ଯ୍ୟାଳୟରେ ପରିସରରେ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଛି । ତହସିଲଦାରଙ୍କୁ ବରୀ ଶାଖାର ସଭାପତି ବିପିନି ବିହାରୀ ଦାସ,ଉପ-ସଭାପତି ଦିପ୍ତିମୟୀ ଦାସ,ଜିଲ୍ଲା ଯାଦବ ମହାସଭାର ସଂଯୋଜକ ନିର୍ମଳ ଯତି ଓ ରମ୍ପା ପଞ୍ଚାୟତର ସମିତି ସଭ୍ୟ ପ୍ରଣବ କୁମାର ଦାସ ତହସିଲ କର୍ମଚାରୀ ଓ ଅଫିସକୁ ଆସୁଥିବା ଲୋକମାନଙ୍କ ଉଦ୍ୟଶରେ ମାସ୍କ ଓ ସାନିଟାଇଜର ତହସଲିଦାର ସରୋଜ କାନ୍ତ ନାୟକଙ୍କୁ ପ୍ରଦାନ କରିଛନ୍ତି । ସେହିପରି ଭାବରେ ବାଲିଆ କଲେଜରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସାନିଟାଇଜର ଓ ମାସ୍କ ବଣ୍ଟନ କରିଥିଲେ । ଉତ୍କଳ ଯାଦବ ମହାସଭାର ଏଭଳି ପ୍ରୟାସକୁ ଅଂଚଳ ବାସୀ ପ୍ରଶଂସା କରିଛନ୍ତି ।
ଯାଜପୁର ବରୀ - ଦର୍ଶନ ବେହେରା
ଯାଜପୁର ବରୀ - ଦର୍ଶନ ବେହେରା