କୁରାଳ ସଙ୍ଗରୋଧରୁ ଫେରିଲେ ୫୭ଜଣ ପ୍ରବାସୀ
ଓଡ଼ଗାଁ/କୁରାଳ - ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମପଞ୍ଚାୟତର ବିଭିନ୍ନ ଗୃହରେ ସଙ୍ଗରୋଧ ଅବଧି ସରିବା ପରେ ନିଜ ନିଜ ଘରକୁ ଫେରିଛନ୍ତି ୫୭ଜଣ ପ୍ରବାସୀ ।ସେମାନେ ସମସ୍ତେ ଘରକୁ ଫେରି ଘରେ ସାତ ଦିନ ସାମାଜିକ ଦୂରତା ରଖି ଗୃହବନ୍ଦୀ ଭଳି ଘରେ ରହିବେ ।ଅବଧି ସରିଥିବା ପ୍ରବାସୀ ମାନଙ୍କୁ ସରପଞ୍ଚ ଝିଲି ପ୍ରଧାନ ନିଜେ ଉପସ୍ଥିତ ରହି ସଙ୍ଗରୋଧ ଅବ୍ୟାହତ ପ୍ରମାଣପତ୍ର ଦେଇ କରତାଲି ଦେଇ ବିଦାୟ ଦେଇଥିଲେ ।କୁରାଳ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରୁ ୩୩ଜଣ,କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟସଙ୍ଗରୋଧ ଗୃହରୁ ୧୫ଜଣ ଏବଂ ନାଥିଆପଲ୍ଲୀ ବିଦ୍ୟାଳୟ ସଙ୍ଗରୋଧ ଗୃହରୁ ୯ ଜଣ ପ୍ରବାସୀ ଘରକୁ ଫେରିଛନ୍ତି ।
ପରିଷ୍କାର ପରିଚ୍ଛନ୍ନ ରହିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ,ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି।ବର୍ତ୍ତମାନ ସୁଦ୍ଧା କୁରାଳ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ୧୧ ଜଣ ଏବଂ କେନ୍ଦ୍ର ଉ.ପ୍ରା ବିଦ୍ୟାଳୟରେ ୪ ଜଣ ପ୍ରବାସୀ ସଂଗରୋଧରେ ଅଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ହରପ୍ରିୟା ଦେବୀ ,ମିନାକ୍ଷୀ ଦାସ ,ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ପାଣିଗ୍ରାହୀ ,ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ