Breaking News

ବସ ଖରାପ ଯୋଗୁଁ ବେଗୁନିଆରେ ଅଟକିଲେ ପ୍ରବାସୀ ଶ୍ରମିକ

ବେଗୁନିଆ---  ମୁମ୍ବାଇରୁ  ଆସିଥିବା ୪୦ ଜଣ   ପ୍ରବାସୀ ଶ୍ରମିକମାନଙ୍କୁ କଟକ ଜିଲ୍ଲା  ନିର୍ଗୁଣ୍ଡି ପ୍ରଶାସନ  ଏକ ବସ ଯୋଗେ  ସେମାନଙ୍କୁ ବଲାଙ୍ଗୀର ପଠାଉଥିଲେ ।     ସଂପୃକ୍ତ ବସଟି  ଗତକାଲି ରାତି  ୧୧ ଘଟିକା ସମୟରେ ବେଗୁନିଆ ପୋଷ୍ଟ ଅଫିସ ଛକରେ  ଖରାପ ହେବା ଯୋଗୁଁ   ଦୀର୍ଘ  ୧୪ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି  ଅଟକି ରହିଥିଲା । ଆଜି ଅପରାହ୍ନ ୧ ଘଂଟା ସମୟରେ ବେଗୁନିଆ ପ୍ରଶାସନ ହସ୍ତକ୍ଷେପ କରି ଅନ୍ୟ ଏକ ଗାଡିରେ ସେମାନଙ୍କୁ ବଲାଙ୍ଗୀର ପଠାଇଥିଲା । ସ୍ଥାନୀୟ ଅଞ୍ଚଳର  କିଛି ବ୍ୟକ୍ତିମାନେ  ସେମାନଙ୍କୁ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ ।  ଅନ୍ୟ ପକ୍ଷେ  ଗାଡିରେ ଥିବା  ପ୍ରବାସୀ ଶ୍ରମିକମାନେ  କୌଣସି କଟକଣାକୁ ନମାନି ଦୋକାନରୁ ଦୋକାନ ବୁଲି ଜିନିଷପତ୍ର କିଣାକିଣି କରି ବଜାରସାରା ବୁଲୁଥିବାର  ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଏଠାରେ ରହିଥିଲେ ମଧ୍ୟ  ପ୍ରଶାସନ ସେମାନଙ୍କୁ  କୌଣସି ଏକ ଯାଗାରେ  ଥଇଥାନ କରିବା  କିମ୍ବା  ଲୋକମାନଙ୍କ ସାଙ୍ଗରେ  ନମିଶିବା  ପାଇଁ   ବାରଣ କରି ନଥିଲା ।  ଏହାଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମନରେ ସଂକ୍ରମଣର ଆଶଙ୍କା ଦେଖାଦେଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts