ହାତୀ ଆକ୍ରମଣରେ ଯୁବକ ଆହତ
ବେଗୁନିଆ----- ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡା ଗ୍ରାମର ପପୁ ପରିଡା(୨୩) ସନ୍ଧ୍ୟାରେ ନିଜର ନିତ୍ୟକର୍ମ ସାରିବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ବୁଦା ଉହାଡରେ ଲୁଚି ରହିଥିବା ବଣୁଆ ଜଙ୍ଗଲି ହାତୀ ଅତର୍କିତ ଭାବରେ ଆକ୍ରମଣ କରିବାକୁ ଗୋଡଇଥିଲା । ଏଥିରେ ପପୁ ନିଜର ପ୍ରାଣ ବଂଚାଇବା ପାଇଁ ଜୀବନ ବିକଳରେ ଚିକ୍ରାର କରି ଦୌଡିଥିଲେ । ଅନ୍ଧକାର ଭିତରେ ପପୁ ପଡି ଯାଇଥିଲେ । ହାତୀଟି ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ସମୟରେ ତାଙ୍କ ଚିତ୍କାର ଶୁଣି ଲୋକମାନେ ପହଂଚିବା ପରେ ହାତୀଟି ପଳାଇଯାଇଥିଲା । ସ୍ଥାନୀୟ ଲୋକମାନେ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା