Breaking News

ରେଳ ଇ-ଟିକେଟ କାଟୁଥିବା ବ୍ୟକ୍ତି ଗିରଫ


ପୁରୀ- ପୁରୀ ରେଳ ଷ୍ଟେସନରେ ଇ - ଟିକେଟ କାଟୁଥିବା ବ୍ୟକ୍ତି ଗିରଫ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବ୍ୟକ୍ତିଗତ ଆଇଡି ଖୋଲି ଶ୍ରମିକମାନଙ୍କ ଠାରୁ କମିଶନ ନେଇ ରେଳ ବିଭାଗର ଇ - ଟିକେଟ କାଟୁଥିବା ଅଭିଯୋଗରେ ସମୀର ରଞ୍ଜନ ନାୟକଙ୍କୁ ଆରପିଏଫ ଗିରଫ କରିଛି ।  ଅଭିଯୁକ୍ତଙ୍କ ନିକଟରୁ ୪ଟି ଇ -ଟିକେଟ, ୨ଦୁଇଟି ମୋବାଇଲ ଫୋନ,  କମ୍ପ୍ୟୁଟର ଜବତ କରାଯାଇଛି । ମହାବୀର କମ୍ୟୁନିକେସନ ନାମରେ କୋଣାର୍କ  ରିଙ୍ଗ ରୋଡ଼ ଠାରେ ଏକ ଦୋକାନ ଖୋଲି ସମୀର ବ୍ୟକ୍ତିଗତ ଆଇଡିରୁ ଇ-ଟିକେଟ କାଟୁଥିବା ତଦନ୍ତରୁ ଜଣାପଡିଛି । ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି  ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts