ଗୋଷ୍ଟିସଂଘର୍ଷ ରେ ଉଭୟ ପକ୍ଷରୁ ଚାରିଜଣ ଗୁରୁତର ଆହତ
ପୁରୀ ଚୁଡ଼ଙ୍ଗ ସାହିରେ ଘଟିଛି ଗୋଷ୍ଠୀ ସଂଘର୍ଷ , ଗୋଷ୍ଟିସଂଘର୍ଷ ରେ ଉଭୟ ପକ୍ଷରୁ ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ଦୁଇଜଣ କଟକ ରେଫର ହୋଇ ଛନ୍ତି । ପୂର୍ବ ଶତ୍ରୁତା କୁ ନେଇ ଘଟିଛି ଘଟଣା । ଘଟଣା ସ୍ଥଳରେ ଏକ ମଟର ସାଇକେଲ ପୋଡାଯାଇଛି । ଏନେଇ ପୁରୀ ଟାଉନ ଥାନା ରେ ଅଭିଯୋଗ ହୋଇଥିବା ବେଳେ ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଉଭୟ ଗୋଷ୍ଠୀ ର କିଛି ଲୋକ ଙ୍କୁ ପୋଲିସ ପଚରା ଉଚରା କରୁଛି। ତେବେ ଦୋଷୀ ଙ୍କ ବିରୋଧ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଟାଉନ ଥାନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଗଣ୍ଡଗୋଳ କୁ ଦୃଷ୍ଟିରେ ରଖି ସ୍ତାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି।