Breaking News

ପାନୀୟ ଜଳ ପାଇଁ ବର୍ଷ ବର୍ଷ ଧରି ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ


ପୁରୀ-ବଢୁଛି ତାତି , ଖରା ବଢିବା ସାଙ୍ଗକୁ ଦେଖାଦେଉଛି ପାଣି ସମସ୍ୟା,ପୁରୀ ଜିଲ୍ଲା  ଗୋପ ବ୍ଲକରେ  ପାଣି ପାଇଁ  ଡହଳ ବିକଳ ହେଉଛନ୍ତି ଲୋକେ । ବର୍ଷ ବର୍ଷ ଧରି ବ୍ଲକରେ ପାନୀୟ ଜଳ ସମସ୍ୟା ଦେଖାଦେଉଥିଲେ ମଧ୍ୟ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା। ସେପଟେ   ଜଳକିଷ୍ଟ ଅଂଚଳ ମାନଙ୍କରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗୋପ ବିଡିଓ ।
ପ୍ରଚଣ୍ଡ ରୈାଦ ତାପ ରେ ସୁଖିବାକୁ ବସିଲାଣି ପୋଖରୀ ନଈ,ନାଳର ପାଣି ।  ପିଇବା ପାଣି ପାଇଁ ଅ।ଉଟ ପାଉଟ ହେଉଛନ୍ତି ଲୋକେ । ମୁଣ୍ଡପଟା ଖରା ସାଙ୍ଗକୁ ପିଇବା ପାଣି ନ ମିଳିବା ଏବେ ଲୋକଙ୍କର ଚିନ୍ତା ଵଢାଇ ଦେଇଛି । ଫଳରେ ବଞ୍ଚିବା ପ।ଇଁ ଲୋକେ ପୋଖରୀ , ଗାଡିଅ।  ଓ ନଦୀର ଦୁଷିତ ପାଣି କୁ ବ୍ୟବହାର କରୁଛନ୍ତି । ଏଭଳି ଦୃର୍ଶ୍ୟ ହେଉଛି ପୁରୀ ଜିଲ୍ଲା ଗୋପ ବ୍ଲକରେ ।  ବ୍ଲକର ଅଧିକାଂଶ ପଞ୍ଚାୟତରେ ବର୍ଷକ ବାର ମାସ ପାନୀୟ ଜଳ ସମସ୍ୟା ଥିଲେ ମଧ୍ୟ ପାଣି ସମସ୍ୟା ଦୂର ହୋଇପାରୁନାହିଁ । ଗ୍ରାମ ଗୁଡିକରେ ଥିବା ଅଧିକାଂଶ ନଳକୂପରୁ ସାଲାଇନ ପାଣି ବାହରୁଥିବାରୁ  ଲୋକେ ବାଧ୍ୟ ହୋଇ ପୋଖରୀ ଓ ନଦୀର ପାଣିକୁ ପାନୀୟ ଜଳ ଭାବରେ  ବ୍ୟବହାର କରୁଛନ୍ତି ।   ବିଶେଷକରି ଗୋପ ବ୍ଲକ ବନ୍ତଳିଗାଁ ଗ୍ରାମ ପଞ୍ଚାୟତ ସୁଜାନନଗର, ରାହାଙ୍ଗଗରଡା ପଞ୍ଚାୟତର ଖଣ୍ଡସାହି, ବରକୋର ପଞ୍ଚାୟତର ବିରବରପଦା, ପଟାଣାସାହି ରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଗ୍ରାମରେ  ହଜାରେ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ପାନୀୟ ଜଳ ସମସ୍ୟା ସେମାନଙ୍କୁ ଅତିଷ୍ଠ କଲାଣି । ପାଖରେ ଯାଇଥିବା କୁଶଭଦ୍ରା ନଦୀର ପାଣି ସେମାନଙ୍କର ତୃଷା ମେଣ୍ଟାଉଛି । ସେପଟେ  ବର୍ଷ ବର୍ଷ ଧରି ନଦୀର  ଦୁଷିତ ଜଳ ପାନୀୟ ଜଳ ଭାବରେ ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗର ଶିକାର ହେଉଥିବାର ଅଭିଯୋଗ  କରିଛନ୍ତି ଗ୍ରାମବାସୀ ।  ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ


Blog Archive

Popular Posts