Breaking News

ନୟାଗଡ଼ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ



ନୟାଗଡ଼--କରୋନା ମୁକାବିଲା ରେ କରୋନା ଯୋଦ୍ଧା ମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ରେ  ପ୍ରତ୍ୟେକ ଓଡିଆ ମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇଲେ।ଏହି ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରେ ସ୍ୱତନ୍ତ୍ର ଭାବରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାର ବ୍ୟବସ୍ଥା କରାଯାଇଥିଲା।ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ ,ମତ୍ସ୍ୟ ଓପ୍ରାଣୀ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ଼ ପୋମା ଟୁଡୁ,ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡ଼ି,ଆରକ୍ଷୀ ଅଧିକାରୀ ପ୍ରତିଷୁ ଦିବାକର,ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସହ ଅଞ୍ଚଳର ସମସ୍ତ ଉପସ୍ଥିତ ଜନତା ଓ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ମିଳିତ ସ୍ୱରରେ ବନ୍ଦେ ଉତ୍କଳ ଜନନୀ  ସଙ୍ଗୀତ ଗାନ କରାଯାଇଥିଲ। 
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts