Breaking News

ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ; ୪ ଅଟକ ରଖିଛି ପୋଲିସ

ବେଗୁନିଆ---- ବେଗୁନିଆ ଥାନା ଅନ୍ତର୍ଗତ ରାଧାକାନ୍ତପୁର ଗ୍ରାମରେ   ଘରୋଇ କଳିକୁ କେନ୍ଦ୍ର କରି ମହିଳାଙ୍କୁ  ଅଶ୍ଲିଳ ଭାଷାରେ ଗାଳିଗୁଲଜ ସହ ମାଡ ମାରି  ଗୁରୁତର ଆହତ କରିଥିଲେ । ଏ ନେଇ ମହିଳାଙ୍କ  ପୁତୁରା ବାସୁଦେବ ପରିଡା ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।   ପୋଲିସ ଘଟଣାର ତଦନ୍ତ  କରି  ଉକ୍ତ କେସରେ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ।  ଶାନ୍ତିଲତା  ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇ  ଗ୍ରାମକୁ ଫେରୁଥିଲେ । ବାଘମାରୀ –ବେଗୁନିଆ  ରାସ୍ତାର ମଧ୍ୟରେ ଗାଡିକୁ ଅଟକାଇ  ଆକ୍ରମଣ କରିବାରେ କବିରାଜ ପରିଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇ ପଡିଥିଲେ ।  ଚିକିତ୍ସା ପାଇଁ  ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥାଗୁରୁତର ହେବାରୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକମାନେ ଏମସରେ  ଚିକିତ୍ସା ପାଇଁ ଭତ୍ତି କରାଯାଇଥିଲା ।   ଆଜି  କବିରାଜ ପରିଡା (୩୩) ଙ୍କର ମୃତ୍ୟୁ  ହୋଇ ଯାଇଛି । ମୃତ୍ୟୁ ଖବର ଶୁଣିବା ପରେ  ଗ୍ରାମବାସୀ ମାନେ ସାମୟିକ ସମୟ ପାଇଁ  ଗଡତରା ଠାରେ ଖୋର୍ଦ୍ଧା ବଲାଙ୍ଗୀର ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ବ୍ଳକ ପ୍ରଶାସନର ହସ୍ତକ୍ଷେପ କରିବାରେ ରାସ୍ତାରୋକରୁ ହଟିଥିଲେ । ଏ ନେଇ ପୋଲିସ  ୪  ଜଣଙ୍କୁ  ଅଟକ ରଖିଥିବାର ଜଣା ପଡିଛି । 
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts