ଭୋଗଡାରେ ବମ ପକାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ,୫ ଆହତ
ବେଗୁନିଆ--- ବାଘମାରୀ ଥାନା ପଙ୍ଗାରସିଂହ ପଞ୍ଚାୟତ ଅନ୍ତର୍ଗତ ଭୋଗଡା ଗ୍ରାମର ଜଣେ ପୂର୍ବତନ ସରପଞ୍ଚଙ୍କ ଘରେ ରାତି ଅଧରେ ୧୦ ରୁ ୧୫ ଜଣ ଦୁବୁର୍ତ ମାରଣାସ୍ତ୍ରରେ ସଜ୍ଜିତ ହୋଇ ସିରିଏଲ ଭାବରେ ବୋମାମାଡ କରି ମାରଣାସ୍ତ୍ର ଦ୍ୱାରା ଘର ପରିବାରର ୩ ଜଣ ସଦସ୍ୟଙ୍କୁ ଆହତ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ କରିବାରେ ସଫଳ ହୋଇଛନ୍ତି । ଡକାୟତଙ୍କ ବୋମାମାଡରେ ଗ୍ରାମବାସୀ ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି । ଆହତମାନେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ବାଙ୍କୀ-ସିମୋର ରାସ୍ତାର ଭୋଗଡା ବାଲୁଙ୍କେଶ୍ୱର ଦେବ ମନ୍ଦିର ନିକଟରେ ସୁକାନ୍ତ ଜୟସିଂହଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ଦୁବୁର୍ତମାନେ ବିଭିନ୍ନ ମାରଣାସ୍ତ୍ର ଏବଂ ବୋମାଧରି ଘରର ପଛ କବାଟକୁ ଶାବଳରେ ଭାଙ୍ଗି ପଶିବାକୁ ଚେଷ୍ଟା କରିଥିଲେ । ଏଥିରେ ଶ୍ରୀ ଜୟସିଂହଙ୍କ ପରିବାର ସଦସ୍ୟ କବାଟ ଭାଙ୍ଗିବା ଶଦ୍ଦକୁ ଶୁଣି ନିଜକୁ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଥିଲେ । ଏହି ସମୟରେ ଏକ ବୋମା ମାଡ କରିବାରୁ ଶ୍ରୀ ଜୟସିଂହ ଓ ତାଙ୍କ ପୁଅ ଆଘାତ ପାଇ ତଳେ ପଡିଯାଇଥିବା ବେଳେ ଡକାୟତମାନେ ଏହାର ସୁଯୋଗ ନେଇ ଘର ଭିତରକୁ ପ୍ରବେଶ କରିଥିଲେ । ସୁକାନ୍ତ ଓ ସୌମ୍ୟଙ୍କୁ ମାଡ ମାରିବା ପରେ ଘର ଭିତରେ ପ୍ରବେଶ କରି ସୁନା ଗହଣା ଓ ଟଙ୍କା ଲୁଟିବା ସମୟରେ ସୁକାନ୍ତ ପତ୍ନୀ ଲାବଣ୍ୟ ଭୟରେ ଛାତ ଉପରକୁ ଯାଇ ଡେଇଁ ପଡି ପଡିଶା ଘରେ ଜୀବନ ବିକଳରେ ପଶି ଯାଇଥିଲେ । ସ୍ଥାନୀୟ ଲୋକମାନେ ବୋମା ମାଡ ଓ ଚିତ୍କାର ଶୁଣି ଉଠି ପଡି ଘଟଣାସ୍ଥଳକୁ ଆସୁଥିବା ସମୟରେ ସେମାନଙ୍କ ଉପରକୁ ବୋମା ମାଡ କରିବା ଫଳରେ ଗ୍ରାମର ନୀଳ ବଲିୟାରସିଂହ ଓ ମେଳଛ ଦଳେଇ ଆହତ ହୋଇଥିଲେ । ବାଘମାରୀ ପୋଲିସକୁ ପାଟ୍ରୋଲିଙ୍ଗ ଯାଇଥିବାରୁ ଲୋକମାନେ ଫୋନରେ ଏହି ଘଟଣା ସମ୍ପର୍କରେ ଜଣାଇବାରୁ ସେ ତୁରନ୍ତ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ । ମାତ୍ର ଡକାୟତ ମାନେ ସିରିଏଲ ଭାବରେ ବୋମା ମାଡ କରିବା ଯୋଗୁ ପୋଲିସ ଭୟରେ ପଶିବାକୁ ସାହାସ ଜୁଟାଇ ପାରି ନଥିଲେ । ସୁକାନ୍ତ ଓ ସୌମ୍ୟଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ମେଡିକାଲ ଓ ଲାବଣ୍ୟଙ୍କୁ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି ।ବାଘମାରୀ ଥାନା ଅଧିକାରୀ ପ୍ରଣିତା ପଟ୍ଟନାୟକ ,ସାଂଇଟିଫିକ ଟିମ ଓ ସନ୍ଧାନୀ କୁକୁର ପହଂଚି ଘଟଣାର ତଦନ୍ତ କରୁଥିବା ସମୟରେ ଆଇଜି ଆଶିଷ ସିଂହ,ଏସପି ଅଜୟ ପ୍ରତାପ ସ୍ୱାଇଁ ,କଟକ,ନୟାଗଡ ଏସପି ପ୍ରମୁଖ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଘଟଣା ସ୍ଥଳରେ ବର୍ତମାନ ସୁଦ୍ଧା ପୋଲିସ ଫୋର୍ସ ମୃତୟନ ଅଛନ୍ତି । ଏ ନେଇ ସୌମ୍ୟ ରଞନ ବାଘମାରୀ ଥାନାରେ ୧୦ ରୁ ୧୨ ଭରି ଓଜନର ସୁନା ଗହଣା ନେଇଯାଇଛନ୍ତି ବୋଲି ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ସୂଚନା ଥାଉକି ପୂର୍ବରୁ ଗତ ଏପ୍ରିଲ ମାସ ୨୯ ତାରିଖ ଦିନ ଦିନିଆରୀ ଗ୍ରାମରେ ଯୋଗିନାଥ ବଳିୟାରସିଂହଙ୍କ ଘରେ ବୋମା ମାଡ କରି ସୁନା ଗହଣା ଲୁଟି ନେବା ସହ ଯୋଗିନାଥଙ୍କୁ ଆହତ କରିଦେଇଥିଲେ । ପରେ ମେ ମାସ ୧୪ ତାରିଖରେ ସିମୋର ପଞ୍ଚାୟତର ସିମୋର ପାଟଣା ଗ୍ରାମର ବଳଭଦ୍ର ମାଝୀଙ୍କ ଘରୁ ସୁନା ଗହଣା ଓ ଟଙ୍କା ଲୁଟ ହୋଇଥିଲେ ମଧ୍ୟ ଆଜିଯାଏଁ ପୋଲିସ ଡକାୟତି କରୁଥିବା ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇପାରିନାହିଁ ବୋଲି ଜଣା ପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା