ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ; ଅଧା ପନ୍ତରିଆ କାମ ଶେଷ ହେବ କେବେ
ବରଗଡ଼---- ବରଗଡ଼-ସମ୍ବଲପୁର ଅସମ୍ପୂର୍ଣ୍ଣ ତଥା ମରଣଯନ୍ତା ୫୩ନଂ ମୁମ୍ବାଇ-କଲିକତା ଚାରିଥାକିଆ ଜାତୀୟ ରାଜପଥରେ ପାଖାପାଖି ପ୍ରାୟ ୧୨ଟା ୪୦ସମୟରେ ଅତାବିରା ଏନଏସି ସ୍ଥିତ ଲାଦେର ପାଲି ଏମ୍ ଇ ସ୍କୁଲ ସାମ୍ନାରେ ଏକ ଦୁର୍ଘଟଣା ଘଟିଛି।ଯେଉଁଥିରେ ବରଗଡ଼-ସମ୍ବଲପୁର ୱେରେ ଟାୟାର ଫାଟି ଏକ ୧୦ଚକିଆ ଟ୍ରକ ଓଡ଼ି ୧୫ଇ ୫୧୧୧ ଦୀର୍ଘ ସମୟ ଧରି ସମ୍ବଲପୁର ପଟକୁ ମୂହେଁଇ ଛିଡା ହୋଇଥିବା ବେଳେ ଅସୁରକ୍ଷିତ ଅବସ୍ଥାରେ ମଝି ରୋଡ଼ରେ ରହିଥିଲା । ଯାହା ପଛପଟୁ ଏକ ୧୧୧୦ଗାଡି ଏମ୍ ଏଚ ୪୦ବିଜି ୫୪୬୮ ବାଡେଇ ହୋଇ ଗାଡିଟି ଚୁରମାର ହୋଇ ଭିତରେ ଚାଳକ ଚାପି ହୋଇ ରହିଯାଇଥିଲେ । ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଗୁରୁତର ଅବସ୍ଥାରେ ଲଟକି ରହିଥିଲା। ଯାହା ସ୍ଥାନୀୟ ତଥା ଯିବାଆସିବା ଲୋକଙ୍କ ସହଯୋଗ କ୍ରମେ ଚାଳକକୁ ଗାଡି ଭିତରୁ ବାହାରକରି ଦମକଳ ବାହିନୀଙ୍କ ସାହାଯ୍ୟରେ ଗୁରୁତର ଚାଳକକୁ ସ୍ଥାନୀୟ ଅତାବିରା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଲୋକଙ୍କ କହିବା ଅନୁଯାୟୀ ଅସମ୍ପୂର୍ଣ୍ଣ ରାଜରାସ୍ତା ନିର୍ମାଣ ତଥା ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଏପରି ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ମାନ ଘଟି ମୂଲ୍ୟବାନ ଜନଜୀବନ ନଷ୍ଟ ହୋଉଛି । ମୁଣ୍ଡ ପରେ ମୁଣ୍ଡ ଗଡି ଯାଉଥିଲେ ମଧ୍ୟ କାହାରି ଚେତା ପଶୁନି।ଏଇ ବାଟ ଦେଇ ନେତା ମନ୍ତ୍ରୀ ତଥା ଜିଲ୍ଲା ଅଧିକାରୀ ମାନେ ଯିବାଆସିବା କରୁଥିଲେ ହେଁ କେଜାଣି ଆଉ କେତେ ମୁଣ୍ଡ ତଥା ଦୁର୍ଘଟଣା ଘଟିଲେ ଅସମ୍ପୂର୍ଣ୍ଣ ରାଜରାସ୍ତା ନିର୍ମାଣ କରିବା ପାଇଁ ତାଗିଦ୍ କରିବେ । ରାସ୍ତା ନିର୍ମାଣ କାରୀ ସଂସ୍ଥା ରାସ୍ତା କାମ ଅଧାରେ ପକାଇ ଦେଇ ତଥା ଚଢା ଦରରେ ଟୋଲଟିକସ ଆଦାୟରେ ମସଗୁଲ ରହୁଥିବା ଠିକା ସଂସ୍ଥାର ଚେତାପଶିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଯଦି ରାଜରାସ୍ତା ନିର୍ମାଣ କାରୀ ରାଜରାସ୍ତାକୁ ସମ୍ପୂର୍ଣ୍ଣ ସହ ପାଟ୍ରୋଲିଂ ବ୍ୟବସ୍ଥା ଠିକ ଭାବରେ କରି ମଝି ରାସ୍ତାରେ ଛିଡା ରହିଥିବା ଟ୍ରକଟିକୁ ସୁରକ୍ଷା ବଳୟ ମଧ୍ୟରେ ରଖି ଅତି ଶୀଘ୍ର ହଟାଇ ଥାନ୍ତା ତେବେ ଏହି ଘଟଣା ଘଟି ନଥାନ୍ତା ବୋଲି ଲୋକେ କହନ୍ତି।ଏଥିପ୍ରତି ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାପାଇଁ ସାଧାରଣରେ ଦାବି ହେଉଛି।
ନବୀନ ଦାଶଙ୍କ ରିପୋର୍ଟ