ବେଗୁନିଆରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ
ବେଗୁନିଆ---- ବେଗୁନିଆ ବ୍ଲକରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଦୁଇ ଜଣ ଡିଙ୍ଗର ଓ ପଂଙ୍ଗାରସିଂହ ପଞ୍ଚାୟତର କୁରାଢିଲୋ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇ କୋଭିଡ ହସପିଟାଲକୁ ପଠାଯାଇଛି । ଡିଙ୍ଗର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ପରିବାରର ୮ ଜଣ ସଦସ୍ୟଙ୍କ ସ୍ୱାବ ପରୀକ୍ଷା ପାଇଁ ଯାଇଥିବା ବେଳେ ପରିବାର ମଧ୍ୟରୁ ଜଣେ ମହିଳାଙ୍କ ପଜିଟିଭ ଥିବାର ଜଣା ପଡିଛି । ସେହିପରି ଗତ ମେ ମାସ ୧୫ ତାରିଖରେ ପଶ୍ଚିମବଙ୍ଗରୁ ବସ ଯୋଗେ ଫେରିଥିବା ଜଣେ ପ୍ରବାସୀ ଓଡିଆ ସେହିଦିନ ଆସି କୁରାଢିଲୋ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ତାଙ୍କର ୨୧ ତାରିଖରେ ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ଯାଇଥିବା ବେଳେ ଗତକାଲି ସେ କରୋନା ପଜିଟିଭରେ ଆକ୍ରାନ୍ତ ବୋଲି ଜଣାପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା